ଓଡିଶା

ଖୋର୍ଦ୍ଧା: ଓଡିଆ ପୌରାଣିକ ଧାରାବାହିକ ‘ମହାଲକ୍ଷ୍ମୀ’ ସୁଟିଂ ସେଟରେ ଭୟାବହ ଅଗ୍ନିକାଣ୍ଡ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସାରୁଅ ସ୍ଥିତ ଘରୋଇ ଷ୍ଟୁଡିଓରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପାଖାପାଖି କୋଟିଏ ଟଙ୍କାର ସମ୍ପତ୍ତିରେ ନିଆଁ ଲାଗିଥିବା ଜଣାପଡିଛି। ନିଆଁ ଲିଭା କାମରେ ବେଗୁନିଆ ଓ ଖୋର୍ଦ୍ଧାର ଅଗ୍ନିଶମବାହିନୀ ନିୟୋଜିତ ଥିବା ଜଣାପଡିଛି।

ସୂଚନା ଅନୁଯାୟୀ ସାରୁଅ ଶିଳ୍ପାଞ୍ଚଳରେ ଥିବା ଘରୋଇ ଷ୍ଟୁଡିଓର ୪ ନମ୍ବର ସେଟରେ ଗତକାଲି ବିଳମ୍ବିତ ରାତିରେ ଓଡିଆ ପୌରାଣିକ ଧାରାବାହିକ ‘ମହାଲକ୍ଷ୍ମୀ’ ସୁଟିଂ ଶେଷ ହୋଇଥିଲା ବୋଲି ଜଣାପଡିଛି।

କିନ୍ତୁ ଆଜି ସକାଳୁ ସେଠାରେ ନିଆଁ ଲାଗିଥିବା ଜଣାପଡିବା ପରେ ପ୍ରଥମେ ବେଗୁନିଆ ଓ ପରେ ଖୋର୍ଦ୍ଧା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାମରେ ଲାଗିଛି।

ନିଆଁର ପ୍ରକୋପ ଏତେ ଅଧିକ ରହିଛି ଯେ, ଅଗ୍ନିଶମ ବାହିନୀ ଭିତରେ ପଶି ନିଆଁ ଲିଭାଇବା କଷ୍ଟସାଧ୍ୟ ହୋଇଥିଲା। ଷ୍ଟୁଡିଓ ଭିତରେ ଥିବା ସବୁ ସାମଗ୍ରୀ ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା। ଗଣମାଧ୍ୟମକୁ ଭିତରକୁ ଛଡା ଯାଉନଥିବା ବେଳେ ଷ୍ଟୁଡିଓ ଭିତରେ କିଏ ଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇପାରୁନି।

ସେହିପରି ସଂସ୍ଥା ପାଖରେ ଫାୟାର ସେଫଟିର ଅନୁସଙ୍ଗିକ ବ୍ୟବସ୍ଥା ଥିଲା କି ନାହିଁ ତାହା ବଡ଼ ପ୍ରଶ୍ନ ପାଲଟିଛି। ବିଶେଷକରି ଏତେବଡ ଅଘଟଣ କିପରି ଘଟିଲା ଏବଂ ଅଗ୍ନିକାଣ୍ଡର ପକୃତ କାରଣ କଣ ତାହା ସ୍ପଷ୍ଟ ହାଇପାରିନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button