ସେପ୍ଟେମ୍ବର ୨ ଯାଏଁ ବଢ଼ିଲା ଯୁକ୍ତ ୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଅବଧି, ୧୦ରେ ମେଧାତାଲିକା

ଭୁବନେଶ୍ୱର,୨୮/୦୮ : ଯୁକ୍ତ ୩ ନାମଲେଖା ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଗତ ୧୨ ତାରିଖରୁ ଆରମ୍ଭ ହୋଇଥିଲା। ୨୬ ତାରିଖ ଆବେଦନର ଶେଷ ତାରିଖ ଥିବା ବେଳେ ଏହାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବୃଦ୍ଧି କରାଯାଇଛି । ଇଚ୍ଛୁକ ଶିକ୍ଷାର୍ଥୀମାନେ ସେପ୍ଟେମ୍ବର ୨ ତାରିଖ ଯାଏ ଆବେଦନର କରିପାରିବେ। ସଂଶୋଧିତ ସମୟ ସାରିଣୀ ଅନୁଯାୟୀ, ସେପ୍ଟେମ୍ବର ୩ରେ କମନ୍ ଆପ୍ଲିକେଶନ ଫର୍ମ ସଂଶୋଧନ କରିବାର ସୁଯୋଗ ମିଳିବ ।
ଏଥିସହ ୧୦ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଏଥିରେ ସ୍ଥାନ ପାଇଥିବା ପିଲାମାନେ ୧୧ରୁ ୧୩ ତାରିଖ ମଧ୍ୟରେ ନାମଲେଖାଇ ପାରିବେ ।
୧୭ ତାରିଖରେ ୱେଟିଂ ଲିଷ୍ଟରେ ଥିବା ଶିକ୍ଷାର୍ଥୀମାନଙ୍କର ମେଧା ତାଲିକା ପ୍ରକାଶ ପାଇବ । ଏଥିରେ ଚୟନ ପିଲାମାନେ ୧୮ରୁ ୧୯ ତାରିଖ ମଧ୍ୟରେ ନାମଲେଖାଇପାରିବେ । ସେହିପରି କଲେଜରେ ଥିବା ବଳକା ସିଟ୍ରେ କଲ୍ କରି କିମ୍ବା ହ୍ୱାଟସ୍ଆପ୍ ମାଧ୍ୟମରେ ନାମଲେଖା ପାଇଁ ସୂଚନା ଦିଆଯିବ । ଏହି ନାମଲେଖା ୨୦ ଓ ୨୧ ତାରିଖ ଦିନ ହେବ । ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ନାମଲେଖାଇ ସାରିଥିବା ଶିକ୍ଷାର୍ଥୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ସୁଯୋଗ ମିଳିବ । ରାଜ୍ୟରେ ୧୦୫୦ ଶିକ୍ଷାନୁଷ୍ଠାନ ପାଇଁ ୨ ଲକ୍ଷ ୭୪ ହଜାର ୧୫୧ ସିଟ୍ ରହିଛି । ଏଥିରୁ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୭୬ ହଜାର ୫୨୯ ସିଟ୍ରେ ନାମଲେଖା ଶେଷ ହୋଇଛି । ତେବେ ଆହୁରି ୯୭ ହଜାର ୬୨୨ ସିଟ୍ ରହିଛି ।