ଓଡିଶା

ଭୁବନେଶ୍ବର ଉପକଣ୍ଠରେ ଗାଡି ଉପରକୁ ବୋମା ମାଡ଼ : ୩ ଆହତ

ଭୁବନେଶ୍ବର,୨୮।୮ : ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ ଗାଡି ଉପରକୁ ବୋମା ମାଡ଼ । ୧୬ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା କାଞ୍ଚନ ପ୍ଲାଜା ରେଷ୍ଟୁରାଣ୍ଟ ସାମ୍ନାରେ ଏକ ଗାଡି ଉପରକୁ ଦୁର୍ବୃତ୍ତମାନେ ବୋମା ମାଡ଼ କରିଛନ୍ତି। ବୋମା ମାଡ଼ରେ ଗାଡିଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଏଥିରେ ୩ ଜଣ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ଇନଫୋଭ୍ୟାଲି ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି।

ବାଇକରେ କେତେ ଜଣ ଦୁର୍ବୃତ୍ତ ଆସି ୧୬ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା କାଞ୍ଚନ ପ୍ଲାଜା ରେଷ୍ଟୁରାଣ୍ଟ ସାମ୍ନାରେ ଏକ ଗାଡି ଉପରକୁ ବୋମା ମାଡ଼ କରିଥିଲେ। ଏଥିରେ ଗାଡିଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଖବର ପାଇ ଇନଫୋଭ୍ୟାଲି ଥାନା ପୋଲିସ ପହଞ୍ଚି ସ୍ଥାନୀୟ ଏକ ମେଡିକାଲରେ ଆହତଙ୍କୁ ଚିକିତ୍ସା ପାଇଁ ପଠାଇଛି । ବୋମା ମାଡ଼ ପରେ ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଛନ୍ତି । ହୋଟେଲରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ କରୁଛି । ପୂର୍ବ ଶତ୍ରୁତା ନେଇ ଦୁର୍ବୃତ୍ତ ମାନେ ଏଭଳି ଘଟଣା ଘଟାଇଥିବା ସ୍ଥାନୀୟ ଲୋକ ମାନେ କହିଛନ୍ତି। ବୋମା ମାଡ଼ର ପ୍ରକୃତ କାରଣ ଜଣାପଡି ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button