ଓଡିଶା
ମହିଳାଙ୍କ ସମ୍ମାନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା , କାର୍ଯ୍ୟାଳୟରେ ପ୍ରତିଷ୍ଠା ହେବ ସ୍ତନ୍ୟପାନ କକ୍ଷ ..

ମହିଳାଙ୍କୁ ସମ୍ମାନ ପାଇଁ ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ଏବଂ ସର୍ବସାଧାରଣ ସ୍ଥାନରେ ସ୍ତନ୍ୟପାନ କକ୍ଷ ପ୍ରତିଷ୍ଠା ହେବ। ଏ ନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଏବଂ ବିଭାଗକୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି। ସବୁ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ଓ ସର୍ବସାଧାରଣ ସ୍ଥାନରେ ସ୍ତନ୍ୟପାନ କରାଇବା ଲାଗି ଏକ ଆରାମଦାୟକ, ଏକାନ୍ତ ଏବଂ ସ୍ବଚ୍ଛ ସ୍ଥାନ ପ୍ରତିଷ୍ଠା କରାଯିବା ଲାଗି ଚିଠିରେ ଅନୁରୋଧ କରାଯାଇଛି ।
ଏହା ଦ୍ୱାରା ମା’ମାନଙ୍କୁ ସମର୍ଥନ ସହ ସେମାନଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ପ୍ରାଧାନ୍ୟ ମିଳିବ। ସେହିପରି ଗତ ଅଗଷ୍ଟ ୧୫ରେ ଋତୁସ୍ରାବ ପାଇଁ ରାଜ୍ୟର ସମସ୍ତ କର୍ମଜୀବୀ ମହିଳାଙ୍କୁ ଦିନେ ଛୁଟି ମିଳିବ ବୋଲି ସରକାର ଘୋଷଣା କରିଥିଲେ। ସ୍ବାଧୀନତା ଦିବସ ପାଳନ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ଘୋଷଣା କରିଥିଲେ। ଜଣେ ମହିଳା ହୋଇ ମହିଳାମାନଙ୍କ ସମସ୍ୟାକୁ ଉପଲବଧି କରି ଏଭଳି ଏକ ଐତିହାସିକ ନିଷ୍ପତ୍ତି ନେଇଥିଲେ।