ଜୀବନଶୈଳୀ

4 ଦିନ ଲଗାତାର ଖାଲି ପେଟରେ ଅଁଳା ଜୁସ ପିଇବାର ଫାଇଦା ଜାଣିଲେ ଆପଣ ଆଜିଠୁ ହିଁ ଖାଇବା ଆରମ୍ଭ କରିଦେବେ…

। ଅଁଳା ଏକ ଏପରି ଫଳ ହୋଇଥାଏ, ଯେଉଁଥିରେ କି ଔଷଧୀୟ ଗୁଣ ଭରପୁର ମାତ୍ରାରେ ରହିଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ଏକ ଅତ୍ୟନ୍ତ ଲାଭ ଦାୟୀ ଔଷଧୀୟ ଫଳ ରୂପେ ଗ୍ରହଣ କରାଯାଇଥାଏ । ଆୟୁର୍ବେଦ ବିଜ୍ଞାନ ରେ ଅଁଳା ରୁ ବିଭିନ୍ନ ପ୍ରକାରର ରୋଗର ଔଷଧ ମାନ ପ୍ରସ୍ତୁତ କରାଯାଇଛି । ତାହାଛଡା ବନ୍ଧୁଗଣ ଅଁଳା କୁ ଆମୀ ମାନେ ଗହରେ ମଧ୍ୟ ଭିନ୍ନ ଭିନ୍ନ ପ୍ରକାରରେ ବ୍ୟବହାର କରିଥାଉ । ଏହା ପୂଜା ରେ ମଧ୍ୟ ବ୍ୟବହାର ଆସିଥାଏ ।

 

ବନ୍ଧୁଗଣ ଅଁଳା ର ସେବନ ଦ୍ଵାରା ଶରୀରରେ ଥିବା ବିଭିନ୍ନ ରୋଗ ବ୍ୟାଧି ଦୂର ହୋଇ ଯାଇଥାଏ । ବନ୍ଧୁଗଣ ଅଁଳା ଶରୀରରେ ଭିଟାମିନ C ଓ ଆଇରନ ଭରପୁର ମାତ୍ରାରେ ରହିଥାଏ । ବନ୍ଧୁଗଣ ଅଁଳା ଜୁସ ପିଇବା ଦ୍ଵାରା ଶରୀରରେ କୋଲୋଷ୍ଟ୍ରୋଲ ର ମାତ୍ରା ସବୁବେଳେ ଠିକ ରହିଥାଏ । ଏହାସହ ଶରୀରରେ ଥିବା ଖରାପ ରକ୍ତ କୋସିକା  କୁ ଏହା ଭଲ କରି ଦେଇଥାଏ ।

ଶରୀରରେ ପାଚନ ଶକ୍ତି କୁ ଠିକ ରଖିଥାଏ, ଯାହାଫଳରେ ଶରୀରରେ ଗ୍ୟାଷ୍ଟିକ ଜନିତ ସମସ୍ଯା ଦେଖା ଦେଇ ନଥାଏ । ଓ ଶରୀରେ ମଳକଣ୍ଟକ ପରି ରୋଗ ସମସ୍ଯା ମଧ୍ୟ ଦେଖା ଦେଇ ନଥାଏ । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କୁ ମଧ୍ୟ ବୃଦ୍ଧି କରିଥାଏ । ବନ୍ଧୁଗଣ ଯଦି ଅଁଳା ରସ ରେ କିଛି ମାତ୍ରା ରେ ମହୁ ମିଶ୍ରିତ କରି ପିଆଯାଏ, ତେବେ ଏହାଦ୍ଵାରା ଶରୀରର ରକ୍ତ ଶୀଘ୍ର ଅତି ଶୀଘ୍ର ସଫା ହୋଇ ଯାଇଥାଏ ।

 

ର ସେବନ ଦ୍ୱାରା ଶରୀର ଶକ୍ତିଶାଳି ମଧ୍ୟ ହୋଇଥାଏ । ଯଦି କେହି ମହିଳା ଦିନରେ ଦୁଇ ଥର ଅଁଳା ରସ ର ସେବନ କରେ, ତେବେ ସେହି ମହିଳାର ସମସ୍ତ ପିରିୟଡ ଜନିତ ସମସ୍ଯା ଦୂର ହୋଇ ଯାଇଥାଏ । ଅଁଳା କେଶ ପାଇଁ ମଧ୍ୟ ଖୁବ ଭଲ ହୋଇଥାଏ । ତେଣୁ ଯେଉଁ ମାନଙ୍କର କେଶ ଜନିତ କିଛି ସମସ୍ଯା ମାନ ରହିଅଛି । ସେମାନେ ଯଦି ପ୍ରତିଦିନ ଅଁଳା ରସ ସେବନ କରନ୍ତି, ତେବେ ସେମାନଙ୍କର ସମସ୍ତ କେଶ ଜନିତ ସମସ୍ଯା ଦୂର ହୋଇଯିବ ।

 

ଏହାସହ କେଶ ଘନ ଓ କଳା ହୋଇଯିବ । ସକାଳେ ଖାଲି ପେଟରେ ଅଁଳା ରସ ପିଇବା ଦ୍ଵାର ମଧୁମେହ ରୋଗ ରୁ ମଧ୍ୟ ରକ୍ଷା ମିଳିଥାଏ । ତାହାଛଡା ଅଁଳା ଶରୀରକୁ କ୍ୟାନ୍ସର ଭଳି ରୋଗ ରୁ ରକ୍ଷା କରିଥାଏ । ତାହାସହ ଏହା ଆମର ହୃଦୟ କୁ ମଧ୍ୟ ସ୍ଵସ୍ଥ ରଖିଥାଏ । ତେଣୁ ପ୍ରତ୍ଯେକ ଲୋକ ନିଜ ଶରୀର କୁ ସୁସ୍ଥ ରଖିବା ପାଇଁ ଅଁଳା ରସ ର ନିତ୍ୟ ପ୍ରତିଦିନ ନିହାତି ସେବନ କରିବା ଉଚିତ ।

Related Articles

Leave a Reply

Your email address will not be published. Required fields are marked *

Back to top button