ଜୀବନଶୈଳୀ

ଏହି କାମ କଲେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କେବେ ବି ଝଗଡା ହେବ ନାହିଁ, ଘରେ ଆସିଥାଏ ସୁଖ ସମୃଦ୍ଧି

। ସଂସାର ଅଛି ମାନେ କଳି ଝଗଡା ମଧ୍ୟ ଅଛି । ଏହା ତ ପୁଣି କଳିଯୁଗ ବର୍ତ୍ତମାନ ର ସମୟ ଏପରି ହୋଇ ଯାଇଛି, ଯେ ପ୍ରତ୍ଯେକ ପରସ୍ପର ସହ କଳି କରୁଛନ୍ତି । କିନ୍ତୁ ବନ୍ଧୁଗଣ ସଂସାରରେ ଉଭୟ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କଳି ଝଗଡା ଲାଗିବା ଏକ ସ୍ଵଭାବିକ କଥା ଅଟେ । ବେଳେବେଳେ କୁହାଯାଏ, ଯେଉଁ ଘରେ କଳି ନଥାଏ, ସେହି ଘରେ ପରସ୍ପର ମଧ୍ୟରେ ପ୍ରେମ ନଥାଏ । ଯେଉଁଠାରେ ପ୍ରେମ ସେହିଠାରେ ହିଁ ରାଗ ଦ୍ଵେଷ ଲାଗି ରହିଥାଏ ।

 

କିନ୍ତୁ ବେଳେବେଳେ କଳି ଝଗଡା ଏତେ ମାତ୍ରାରେ ବଡ ହୋଇଯାଏ କି ମନରେ ଅନେକ କଷ୍ଟ ହୁଏ । ଏବଂ ସେହି କଳି କୁ ନେଇ ସମ୍ପର୍କରେ ଫାଟ ମଧ୍ୟ ସୃଷ୍ଟି ହୋଇଥାଏ । ବନ୍ଧୁଗଣ ପ୍ରାୟତଃ ଦୁଇ ତିନୋଟି କାରଣ ଯୋଗୁଁ ହିଁ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥାଏ । ଯେପରିକି ପ୍ରଥମ ଟି ହେଉଛି ଅବିଶ୍ଵାସ । ବନ୍ଧୁଗଣ ସମ୍ପର୍କ ଯାହା ହେଉ ନା କାହିଁକି ବିଶ୍ବାସ କୁ ସମ୍ପର୍କ ର ନିଅଁ ବୋଲି କୁହାଯାଇଥାଏ ।

ଯେଉଁ ସମ୍ପର୍କ ରେ ଉଭୟ ପରସ୍ପର ଙ୍କ ମଧ୍ୟରେ ବିଶ୍ବାସ ନଥାଏ, ସେହି ସମ୍ପର୍କ ଅଧିକ ଦିନ ଧରି ମଧ୍ୟ ରହି ନଥାଏ । ବନ୍ଧୁଗଣ ଥରେ ଯଦି ସମ୍ପର୍କ ମଧ୍ୟରେ ଅବିଶ୍ଵାସତା ଆସିଯାଏ, ତେବେ ସେହି ବିଶ୍ବାସ ଫେରି ଆସିବା ବହୁ କଷ୍ଟକର ହୋଇଥାଏ । ତେଣୁ ବନ୍ଧୁଗଣ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କେବେ ଅବିଶ୍ଵାସ ର ଫାଟ ଆଣିବାକୁ ଦିଅନ୍ତୁ ନାହିଁ । ଦ୍ଵିତୀୟ ରେ ବନ୍ଧୁଗଣ ସ୍ନେହ, ଶ୍ରଦ୍ଧା, ଓ ଭଲ ପାଇବା ।

 

ସ୍ଵାମୀ ର କର୍ତ୍ତବ୍ୟ ହେଉଛି ସ୍ତ୍ରୀର ସମସ୍ତ ଇଛା କୁ ପୂରଣ କରିବା ଓ ସ୍ତ୍ରୀ ର ସମସ୍ତ ଆଶା ଅଭିଳାଷ କୁ ନଜର ରଖି ସେଗୁଡିକୁ ପୂର୍ତ୍ତି କରିବା । ସେହିଭଳି ସ୍ତ୍ରୀ ର କର୍ତ୍ତବ୍ୟ ହେଉଛି ସ୍ଵାମୀ ର ପାଦ ରେ ପାଦ ମିଳାଇ ଆଗକୁ ଚାଲିବା, ଯଦି ସ୍ତ୍ରୀ ର ସ୍ଵାମୀ ପ୍ରତି ଭଲ ପାଇବା ନ ରହେ ଓ ସ୍ଵାମୀ ର ସ୍ତ୍ରୀ ପ୍ରତି ଭଲପାଇବା ନ ରୁହେ, ତେବେ ମଧ୍ୟ ସ୍ଵାମୀ ସ୍ତ୍ରୀ ର ସେହି ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥାଏ ।

ତେଣୁ ସ୍ଵାମୀ ସ୍ତ୍ରୀ ର ସମ୍ପର୍କ ରେ ଉଭୟ ଙ୍କର ପରସ୍ପର ମଧ୍ୟରେ ଭଲପାଇବା ଥିବା ମଧ୍ୟ ନିହାତି ଆବଶ୍ୟକ । ତୃତୀୟ ରେ ଉଭୟ ଙ୍କର ପରସ୍ପର ମଧ୍ୟରେ ବୁଝାମଣା ରହିବା ମଧ୍ୟ ଆବଶ୍ୟକ । ଉଭୟ ପରସ୍ପର ସହ ବିଚାର ବିମର୍ଶ କରି କାର୍ଯ୍ୟ କରିବା ଆବଶ୍ୟକ । ବନ୍ଧୁଗଣ ବହୁମୂଲ୍ୟ କଥା ଟି ହେଉଛି, ତୁଲସୀ ଦାସ କହି ଯାଇଛନ୍ତି ଓ ଆମର ପୁରାଣ ଶାସ୍ତ୍ର ରେ ମଧ୍ୟ ବର୍ଣ୍ଣନା ହୋଇ ରହିଛି, ଯେଉଁ ଘରେ ସତସଙ୍ଗ ଲାଗି ରହିଥାଏ ।

 

ଘରେ ସମୟ ସମୟରେ ପ୍ରତିଦିନ ରାମ କଥା, ହରି କଥା ଆଲୋଚନା ହୋଇଥାଏ, ସେହି ଘର ଶିବ ପରିବାର ଭଳି ଚିର ସୁଖି ପାଲଟି ଯାଏ । ବନ୍ଧୁଗଣ ଯଦି ଆପଣ କାହାକୁ ସ୍ନେହ ଶ୍ରଦ୍ଧା ଦେବେ ଓ ଆପଣ କାହାର ବିଶ୍ବାସ ନ ଭାଙ୍ଗିବେ । ତେବେ ଆପଣଙ୍କୁ ମଧ୍ୟ ଏହି ସଂସାରରେ କେବଳ ପରିବାର ରୁ ହିଁ ନୁହେଁ, ଅପିତୁ ସବୁ ସ୍ଥାନରୁ ସ୍ନେହ ଶ୍ରଦ୍ଧା ମିଳିବ ଓ ସମସ୍ତେ ମଧ୍ୟ ଆପଣଙ୍କର ବିଶ୍ବାସ କରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button