Liver କୁ କିପରି ରଖିବେ ସୁସ୍ଥ ?

ସୂଚନା ଅନୁସାରେ ଶରୀରରେ ଥିବା ଲିଭର ବା ଯକୃତ ଆମ ଶରୀରର ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ହୋଇଥାଏ । ଆମେ ଖାଉଥିବା ଖାଦ୍ୟ ପଦାର୍ଥର ଯେଉଁ ବିଷାକ୍ତ ପଦାର୍ଥ ରକ୍ତରେ ମିଶିଥାଏ । ସେହି ରକ୍ତରୁ ଟକ୍ସିନ ତଥା ବିଷାକ୍ତ ପଦାର୍ଥକୁ ଲିଭର କାଢି ରକ୍ତ ପରିଷ୍କାର କରିଥାଏ । ଶରୀରର ପ୍ରାୟତଃ କାର୍ଯ୍ୟ ଏହି ଲିଭର ଦ୍ଵାରା ସମ୍ପାଦିତ ହୋଇଥାଏ । ଲିଭର ଯେତେବେଳେ ଧୀରେ ଧୀରେ ଡାମେଜ ହୋଇଥାଏ ।
ସେତେବେଳେ ପ୍ରାୟତଃ ଲକ୍ଷଣ ପ୍ରକାଶ ହୋଇନଥାଏ । ଯେତେ ବେଳେ ଲିଭର ବହୁତ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥାଏ, ସେତେବେଳେ ଏହାର ଲକ୍ଷଣ ଶରୀରରେ ପ୍ରକାଶିତ ହୋଇଥାଏ ।ଦେହ ଦୁର୍ବଳ ଲାଗିବା, ଭୋକ ନଲାଗିବା, ରକ୍ତ ବାନ୍ତି, କଳା ଝାଡା ତାପରେ ଜଣ୍ଡିଶ ମଧ୍ୟ ହୋଇଯାଇଥାଏ । ଆମେମାନେ ଯେଉଁ ଖାଦ୍ୟ କିମ୍ବା ମେଡ଼ିସିନ ଖାଇଥାଉ ସେ ପ୍ରଥମେ ଲିଭରକୁ ଯାଇଥାଏ ।
ସେଥିପାଇଁ ଲିଭର ଯେତେବେଳେ ଅତ୍ୟଧିକ ବିଷାକ୍ତ ହୋଇଯାଇଥାଏ ।ସେ ଅଧିକା ମାତ୍ରାରେ ପ୍ରଭାବିତ ହୋଇଥାଏ । ବର୍ତ୍ତମାନ ଅଧିକ ମାତ୍ରାରେ ଲୋକମାନେ ଫ୍ୟାଟି ଲିଭର ସମସ୍ଯାର ଶିକାର ହେଉଛନ୍ତି । ଲିଭରରେ ଅତ୍ୟଧିକ ଚର୍ବି ବା ଫାଟ ଜମି ଏହି ସମସ୍ଯା ଦେଖାଯାଉଛି । ପ୍ରଥମେ ଏହାର କିଛି ଲକ୍ଷଣ ଦେଖାଯାଇନଥାଏ କିନ୍ତୁ ଧୀରେ ଧୀରେ କରି ଲିଭରରେ ଫାଟ ଅଧିକ ପରିମାଣରେ ଜମି ଲିଭର କ୍ୟାନ୍ସର ହେବାର ମଧ୍ୟ ସମ୍ଭାବନା ରହିଥାଏ ।
ବର୍ତ୍ତମାନ ସମୟରେ ଲୋକମାନେ ଆଧୁନିକ ଜୀବନ ଶୈଳୀରେ ବଞ୍ଚୁଛନ୍ତି । ଏହା ସହିତ ଆଧୁନିକ ହୋଇଗଲା ପରେ ମଧ୍ୟ ଆପଣମାନେ ନିଜର ଖାଦ୍ୟରେ ସନ୍ତୁଳନ ରକ୍ଷା କରିବା ଉଚିତ । ଅଧିକ ପରିମାଣର କ୍ୟାଲୋରୀ, ଫାଟ ଯୁକ୍ତ ଖାଦ୍ୟ କେବଳ ଲିଭର ପାଇଁ କ୍ଷତିକାରକ ନୁହେଁ, ବଂର ସମଗ୍ର ଶରୀର ଉପରେ ଏହି ଖାଦ୍ୟ ଖରାପ ଖରାପ ପ୍ରଭାବ ପକାଉଛି । ତେବେ ଫାର୍ଷ୍ଟ ଷ୍ଟେଜରୁ ହିଁ ତାର ଚିକିତ୍ସା କରିବା ଦ୍ଵାରା ଲିଭର ସୁସ୍ଥ ରହିଥାଏ ଓ ଆପଣମାନେ ସୁସ୍ଥ ଜୀବନ ଅତିବାହିତ କରିଥାନ୍ତି ।
ଯଦି ଲକ୍ଷଣ ପାଇବାର ବହୁତ ବିଳମ୍ବରେ ଏହାର ଚିକିତ୍ସା କରାଇ ଥାନ୍ତି । ତେବେ ଲିଭର ସମସ୍ଯା ବହୁତ ଗୁରୁତର ହୋଇଯାଇଥାଏ । ସବୁଜ ପରିବା, ଦହି, ମାଛ, ଫଳ ଓ କଫି ଖାଇପାରିବେ । କଫି ପିଇବା ଦ୍ଵାରା କଫିରେ ଯେଉଁ କେଫିନ ଥାଏ, ତାହା ଲିଭରକୁ ସୁରକ୍ଷା ଦେଇଥାଏ । ଯେତେ ପରିମାଣରେ ଫ୍ୟାଟିଯୁକ୍ତ ଓ ସୁଗାର ଖାଦ୍ୟ ସାମଗ୍ରୀ ଇଗନୋର କରିବେ ।
ସେତେ ଆପଣ ଲିଭର ତଥା ସମଗ୍ର ଶରୀରର ପାଇଁ ଭଲ ହୋଇଥାଏ । ପ୍ରତିଦିନ ସମୟ ବାହାର କରି ନିହାତି ଭାବରେ ଏକ୍ସରସାଇଜ କରିବା ସ୍ଵାସ୍ଥ ପାଇଁ ବହୁତ ଭଲ ହୋଇଥାଏ । ସବୁବେଳେ ମଦ୍ୟପାନ କରୁଥିବା ବ୍ୟକ୍ତି ମାନଙ୍କର ଲିଭର ଖରାପ ହେବାର ମାତ୍ରା ବହୁତ ଅଧିକ ପରିମାଣରେ ରହିଥାଏ । ସେମାନେ ଯେଉଁ ମଦ୍ୟପାନ କରୁଛନ୍ତି, ତାହାର ସିଧାସଳଖ ପ୍ରଭାବ ଲିଭର ଉପରେ ପଡିଥାଏ ।