ଓଡିଶା

ସିଏମ୍‌ସି ଖାଦ୍ୟ ସୁରକ୍ଷା ବିଭାଗର ପ୍ରସ୍ତୁତି: ସବୁଦିନ ଯାଞ୍ଚ୍‌ କରିବେ ୪ଟି ଟିମ୍, ଧରାପଡିଲେ ସିଲ୍ ହେବ ଷ୍ଟଲ୍

କଟକ,୧୧/୧୧: ଚଳିତ ବର୍ଷ ବାଲିଯାତ୍ରାକୁ ବେଶ୍ ସଫଳତାର ସହ ଆୟୋଜନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଉଛି। ସେହିକ୍ରମରେ ମେଳାକୁ ଆସୁଥିବା ଲକ୍ଷ ଲକ୍ଷ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥାକୁ ମଧ୍ୟ ସିଏମ୍ସି ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ସିଏମ୍ସି ଖାଦ୍ୟ ସୁରକ୍ଷା ବିଭାଗ ଓ ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗର ମିଳିତ ଉଦ୍ୟମରେ ସବୁ ଖାଦ୍ୟ ବ୍ୟବସାୟୀଙ୍କ ଉପରେ ନଜର ରଖାଯିବ ।

କୌଣସି ଖାଦ୍ୟ ନିମ୍ନମାନର ଥିବା ଜଣାପଡିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଆବଶ୍ୟକ ପଡିଲେ ଷ୍ଟଲ୍କୁ ସିଲ୍ କରାଯିବ ବୋଲି ମଧ୍ୟ ଖାଦ୍ୟ ସୁରକ୍ଷା ବିଭାଗ ନିଷ୍ପତ୍ତି ନେଇଛି ।

ବାଲିଯାତ୍ରାରେ ବିଭିନ୍ନ ସ୍ଥାନରୁ ଖାଦ୍ୟ ବ୍ୟବସାୟୀମାନେ ଆସି ପସରା ମେଲାଇଥାନ୍ତି । ଛୋଟ ଦୋକାନରୁ ଆରମ୍ଭ କରି ବଡ ବଡ ଷ୍ଟଲ୍ରେ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ବିକ୍ରି ହୋଇଥାଏ । ଲୋକମାନେ ମେଳା ବୁଲାବୁଲି ସହିତ ଖାଇବା ପିଇବା କରି ଘରକୁ ଫେରିଥାନ୍ତି । ତେବେ ଅଧିକ ଲାଭ ଆଶାରେ କିଛି ବ୍ୟବସାୟୀ ନିମ୍ନମାନର ଖାଦ୍ୟ ତଥା ବାସି ଖାଦ୍ୟ ବିକ୍ରି କରିଥାନ୍ତି । ଯାହା ଲୋକଙ୍କ ପାଇଁ ବିପଦ ପାଲଟିଥାଏ । ଏସବୁ ପାଇଁ ସିଏମ୍ସି ଖାଦ୍ୟ ସୁରକ୍ଷା ବିଭାଗ ଦ୍ୱାରା ସ୍ୱତନ୍ତ୍ର ଯୋଜନା କରାଯାଇଛି । ମେଳା ପାଇଁ ଭ୍ରାମ୍ୟମାଣ ଖାଦ୍ୟ ପରୀକ୍ଷାଗାର ପଡ଼ିଆରେ ବୁଲିବ । ଏହା ସହିତ ସିଏମ୍ସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ୪ଟି ଟିମ୍ ଗଠନ ହୋଇଛି । ଏବେ ଖାଦ୍ୟ ବ୍ୟବସାୟୀଙ୍କୁ ଅସ୍ଥାୟୀ ଲାଇସେନ୍ସ ପ୍ରଦାନ କରାଯାଉଥିଲା ବେଳେ ଯେଉଁମାନେ କରିନାହାନ୍ତି ମାଇକ୍ ପ୍ରଚାର କରାଯାଇ ଲାଇସେନ୍ସ ନେବା ପାଇଁ କରିବାକୁ ସଚେତନ କରାଯିବ । ମେଳା ସମୟରେ ସବୁ ଦିନ ଯାଞ୍ଚ୍ କରାଯାଇ ନିୟମ ଉଲ୍ଲଂଘନ କରୁଥିବା ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ସିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି

Related Articles

Leave a Reply

Your email address will not be published. Required fields are marked *

Back to top button