ଓଡିଶା

ବୋଲଗଡରେ ଓଲଟିଲା ଆଇଟିବିପି ଭ୍ୟାନ, ୬ ଯବାନ ଆହତ

ଜଟଣୀ – ଖୋର୍ଦ୍ଧା ବୋଲଗଡ଼ ନିକଟରେ ସଡ଼କ ଦୁର୍ଘଟଣା । ଇଣ୍ଡୋ-ତିବ୍ବତ ବର୍ଡର ପୋଲିସ – ଆଇଟିବିପିର ଏକ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡିବାରୁ ୬ ଜଣ ଯବାନ ଆହତ ହୋଇଛନ୍ତି। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ଆହତ ଯବାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ୬ ଜଣ ଯବାନ ଖୋର୍ଦ୍ଧା ଆଇଟିବିପି କ୍ୟାମ୍ପରୁ ଏକ ଭ୍ୟାନରେ ବିଭିନ୍ନ ସାମଗ୍ରୀ ନେଇ ଛତିଶଗଡ଼ ଆଇଟିବିପି କ୍ୟାମ୍ପକୁ ଯାଉଥିଲେ। ବୋଲଗଡ଼ ନିକଟରେ ଭ୍ୟାନଟି ଭାରସାମ୍ୟ ହରାଇ ବିଲ ମଧ୍ୟକୁ ଓଲଟି ପଡ଼ିଥିଲା ।

ଖବର ପାଇ ଆଇଟିବିପି କ୍ୟାମ୍ପରୁ କିଛି ଯବାନ ଓ ପୋଲିସ ପହଞ୍ଚି ଆହତ ଯବାନମାନଙ୍କୁ ପ୍ରଥମେ ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ଼କୁ ସ୍ଥାନାନ୍ତର କରାଯାଇଛି। ଯବାନଙ୍କ କ୍ୟାମ୍ପକୁ ସାମଗ୍ରୀଗୁଡ଼ିକ ଅନ୍ୟ ଏକ ଗାଡ଼ିରେ ଛତିଶଗଡ଼ ପଠାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button