ଓଡିଶା

ଚନ୍ଦାହାଣ୍ଡିରେ ମହମ୍ମଦ ଜୟନ୍ତୀ ପାଳିତ

ନ୍ଦାହାଣ୍ଡି, ୧୬/୯ : ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ମୋହରା ଏବଂ ବେହେରାମୁଣ୍ଡା ଜାମା ମସଜିଦ ପରିସରରେ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ତଥା ଜଷ୍ନେ-ଇଦ-ମିଳାଦୁନ-ନବୀ ନିରାଡ଼ମ୍ବର ସହକାରେ ପାଳିତ ହୋଇ ଯାଇଛି। ଏହି ଅବସରରେ ଆଜି ମୋହରା ଏବଂ ବେହେରାମୁଣ୍ଡା ଗ୍ରାମରେ ଶତାଧିକ ମୁସଲମାନ ଭାଇମାନେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ମସଜିଦକୁ ଯାଇ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ପାଳନ କରିଛନ୍ତି।

ମୋହରା ମସଜିଦ ପରିସରରେ ଅଞ୍ଜୁମାନ ଇସଲାମିୟା କମିଟି ତରଫରୁ ସଭାପତି ସୁଲତାନ ଅଲ୍ଲୀଙ୍କ ଦ୍ଵାରା ଧାର୍ମିକ ପତାକା ଉତ୍ତୋଳନ କରାଯାଇଥିବା ବେଳେ ମୌଲାନା ମହମ୍ମଦ ସୋହେବ ରଜାଙ୍କ ପୋୖରହିତ୍ୟରେ ଫାତିହା ପାଠ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବିଶ୍ୱବାସୀଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଆଲ୍ଲାଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା। ଏହାପରେ ପରସ୍ପର ପରସ୍ପରକୁ ମହମ୍ମଦଙ୍କ ଜୟନ୍ତୀର ଶୁଭେଚ୍ଛା ଜଣାଇଥିଲେ।

ଏଥିରେ ମୋହରା ସୁନ୍ନି ମୁସଲିମ କମିଟିର ସମ୍ପାଦକ ମହମ୍ମଦ ସକିଲ, ଉପସଭାପତି ମୁରାଦ ଅଲ୍ଲୀ, କୋଷାଧ୍ୟକ୍ଷ ମହମ୍ମଦ ଇଲିୟାସ, ମହମ୍ମଦ ସଲମାନ ରଜା, ଜିବ୍ରାଇଲ ଅଲ୍ଲୀ, ମହମ୍ମଦ ୟୁନୁସ, ଅବଦୁଲ ହମିଦ୍, ହାଜି ମହମ୍ମଦ ରଫିକ, ମହମ୍ମଦ ହନିଫ, ମହମ୍ମଦ ସଫିକ, ମହମ୍ମଦ ଅସପାକ, ମୁରାଦୁ ଅଲ୍ଲୀ, ଆକବର ଅଲ୍ଲୀ, ଅବଦୁଲ ମଜିଦ, ଅବଦୁଲ କୟୁମ ,ମହମ୍ମଦ ରିଜାୱlନ, ମକବୁଲ ଅଲ୍ଲୀ, ରେହେମାନ ଅଲ୍ଲୀ, ସାହାଦତ ଅଲ୍ଲୀ, ଖଲିଲ ଅଲ୍ଲୀ, ହୁସେନ ଅଲ୍ଲୀ, ସାହିଲ୍, ମୋହସିନ, ସହେଜାଦ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତାକାଲି ମସଜିଦ ପରିସରରେ ଏକ ଧର୍ମସଭା ଅନୁଷ୍ଠିତ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button