ଓଡିଶା

ଟକମକ ଫୁଟୁଛି ଓଡ଼ିଶା: ରେକର୍ଡ଼ ଭାଙ୍ଗିଲା ଝାରସୁଗୁଡ଼ା, ବିଶ୍ବର ୨ୟ ଉତ୍ତପ୍ତ ସହର

ଭୁବନେଶ୍ବର: ଫୁଟୁଛି ଓଡ଼ିଶା, ତତଲା କଡେଇରେ ଭାଜି ହେଲା ଝାରସୁଗୁଡ଼ା । ତାତି ହଠାତ୍ ଏତେ ବଢିଗଲା ଯେ ଦିନର ତାପମାତ୍ରା ରେକର୍ଡ଼ ଭାଙ୍ଗିଦେଲା ଆଉ ବିଶ୍ବର ଉତ୍ତପ୍ତ ସହର ତାଲିକାରେ ଝାରସୁଗୁଡ଼ା ନିଜ ନାଁ ଯୋଡିଦେଲା । ବିଶ୍ବର ଉତ୍ତପ୍ତ ସହର ତାଲିକାରେ ୨ୟରେ ଅଛି ଓଡିଶାର ଝାରସୁଗୁଡ଼ା ।

ତେବେ ଗତକାଲି ତାତି ଏତେ ଥିଲା ଯେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ମଣିଷ ଏଣନିଶ୍ବାସୀ ହୋଇପଡୁଥିଲା । ସକାଳ ହେବା ପରଠାରୁ ପଦାକୁ ବାହାରିବା ଏକପ୍ରକାର ମୁସକିଲ ହୋଇ ପଡୁଥିଲା । ଦିନ ୧୧ଟା ବେଳକୁ ମୁଣ୍ଡ ଉପରେ ଖରା ଟାଇଁଟାଇଁ ।

tp
Photograph: (Sambad.in)

 

ସେପଟେ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁସାରେ ଗତକାଲି ବିଶ୍ବର ୧୦ ସହରରୁ ୨ୟରେ ଥିଲା ଝାରସୁଗୁଡ଼ା । ୪୫.୪ ଡିଗ୍ରି ସହ ୨ୟ ଉତ୍ତପ୍ତ ସହର ପାଲଟିଥିଲା ଏବଂ ଭାରତର ୮ଟି ସହର ବିଶ୍ବର ଏହି ତାଲିକାରେ ଉତ୍ତପ୍ତ ସହରର ସ୍ଥାନ ନେଇଛନ୍ତି । ଭାରତର ଚନ୍ଦ୍ରପୁର, ଝାରସୁଗୁଡ଼ା, ବ୍ରହ୍ମପୁରି, ଆମରୋତି, ସିଦ୍ଧି, ରାଜନନ୍ଦଗାଓଁ, ପ୍ରୟାଗରାଜ, ଆକୋଲା ।

ସେପଟେ ଆସି ସକାଳ ସକାଳୁ ସକାଳୁ ତାତିର ତାଉ ଦେଖିବାକୁ ମିଳିଲାଣି । ଏତିକି ବେଳୁ ଫୁଟିଲାଣି ଓଡ଼ିଶା । ସକାଳ ସାଢେ ୮ଟାରୁ କଲବଲ କଲାଣି ତାତି । ଝାରସୁଗୁଡା- ୩୪.୮ ଡିଗ୍ରି, ସମ୍ବଲପୁର– ୩୪.୮ ଡିଗ୍ରି, ଭୁବନେଶ୍ବର- ୩୨ ଡିଗ୍ରି ଏବଂ କଟକ– ୩୩.୬ ଡିଗ୍ରି ସେଲସିୟସ ରହିଥିବା ବେଳେ ଆଗକୁ ଆହୁରି ସମୟ ଅଛି । ତେବେ ଖରା ପାଇଁ ସତର୍କତା ଅବଲମ୍ବନ କରି ଘରୁ ବାହାରିବାକୁ ପରାମର୍ଶ ଦିଆଯାଇଛି ।

 

Related Articles

Leave a Reply

Your email address will not be published. Required fields are marked *

Back to top button