ଓଡିଶା
ଭାଲୁ ସହିତ ଲଢେଇ ଜୀବନ ବଞ୍ଚାଇଲେ ବୃଦ୍ଧ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ନୂଆପଡା ୨୪/୦୯: ନୂଆପଡ଼ା ଭାଲୁ ଆତଙ୍କ। ଶୌଚ ପାଇ ଯାଇଥିବା ବୃଦ୍ଧକୁ ଆକ୍ରମଣ କଲା ଭାଲୁ। ହାତ ଏବଂ ଜଙ୍ଘ,ପିଠିରେ ଲାଗିଛି ଗଭୀର ଆଘାତ। ଗୁରୁତର ଅବସ୍ଥାରେ ଉଦ୍ଧାର କରିବ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛ। ଗୁରୁତର ବ୍ୟକ୍ତି ଜଣକ ନୂଆପଡା ରେଞ୍ଜ କେରମେଲୀ ଗ୍ରାମର ଭୁକ ମାଝୀ ବୋଲି ଜଣାପଡିଛ।
ସୂଚନା ଅନୁଯାଇ, ଆଜି ସକାଳୁ ଶୌଚ ପାଇଁ ଯାଇଥିବା ବେଳେ ଗୋଟିଏ ଭାଲୁ ଆକ୍ରମଣ କରିଥିଲା।
ଭାଲୁ ସହିତ ଲଢେଇ କରି ନିଜ ଜୀବନ ବଞ୍ଚାଇଲେ ୫୦ ବର୍ଷୀୟା ବ୍ୟକ୍ତି। ସ୍ଥାନୀୟ ଲୋକ ଖବର ପାଇ ଉଦ୍ଧାର କରିବା ସହ ୧୦୮ ଆମ୍ବୁଲାନ୍ସ ଯୋଗେ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ହାତ, ପିଠି ଓ ଜଙ୍ଘ ରେ ଲାଗିଛି ଗଭୀର ଆଘାତ ।