ମନୋରଞ୍ଜନ

ସେନ୍‌ସର ଅପେକ୍ଷାରେ ‘ଵାଇଫ୍’

‘ଵାଇଫ୍’ ସିନେମାର ସୁଟିଂ ସରିବା ପରେ ପୋଷ୍ଟ ପ୍ରଡକସନ୍ କାମ ବି ଶେଷ ହୋଇଛି। କେବଳ ସେନ୍ସର ଅପେକ୍ଷାରେ ରହିଛି ।ଏଥିରେ ପୁଣି ଏକ ପୁରୁଣା ଯୋଡ଼ି ବଡ଼ ପରଦାକୁ ଆସୁଛି। ଏହି ଯୋଡ଼ି ହେଲେ ଜୟଜିତ-ବର୍ଷା ପ୍ରିୟଦର୍ଶିନୀ। ଯେଉଁ ସିନେମାରେ ଦ୍ବିତୀୟ ଥର ଲାଗି ଏହି ଯୋଡ଼ି ବଡ଼ ପରଦାକୁ ଆସୁଛନ୍ତି, ତାହା ହେଲା ‘ଵାଇଫ୍’। ଜଣାଶୁଣା ପ୍ରଯୋଜକ ବିଜୟ କାନ୍ଦୋଇ ଏହି ସିନେମାର ପ୍ରଯୋଜନା କରିଛନ୍ତି, ଯିଏକି ଆଗରୁ ‘ରକତ ଚିହ୍ନିଛି ନିଜର କିଏ’, ‘ନାରୀ ନୁହେଁ ତୁ ନାରାୟଣୀ’, ‘ଟୋପାଏ ସିନ୍ଦୁର ଦି’ ଟୋପା ଲୁହ’, ମାତୃଶକ୍ତି, ‘କଥା ଦେଇଥିଲି ମା’କୁ’, ‘ଥ୍ୟାଙ୍କ ୟୁ ଭଗବାନ’ , ‘ଦିୱାନା’, ‘ଦୋସ୍ତି’, କୁଇନ୍ ଭଳି ସିନେମା ନିର୍ମାଣ କରିଛନ୍ତି।

ଓଲିଉଡ୍ର ଜଣାଶୁଣା କୋରିଓଗ୍ରାଫର- ଡିରେକ୍ଟର ସୁଧାକର ବସନ୍ତ ଏହି ପାରିବାରିକ ସିନେମାର ନିର୍ଦ୍ଦେଶକ। ମଳୟ ମିଶ୍ର ଏହାର ସଙ୍ଗୀତକାର।
ସୂଚନାଯୋଗ୍ୟ, ପୂର୍ବରୁ ବିଜୟ କାନ୍ଦୋଇଙ୍କ ପ୍ରଯୋଜିତ ‘କୁଇନ୍’ରେ ବର୍ଷା ପ୍ରଥମ ଥର ଲାଗି ଜୟଜିତଙ୍କ ବିପକ୍ଷରେ ନାୟିକା ବନିଥିଲେ। ମୃତ୍ୟୁଞ୍ଜୟ ସାହୁ (ବାପି) ଏହାର ନିର୍ଦ୍ଦେଶନା ଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button