ଓଡିଶା

ମାଛଧରା ଜାଲରେ ପଡ଼ିଲା ଥଣ୍ଟିଆ କୁମ୍ଭୀର ଛୁଆ

କେନ୍ଦ୍ରାପଡ଼ା, ୦୯/୧୦ : ମାଛଧରା ଜାଲରେ ପଡ଼ିଲା ଥଣ୍ଟିଆ କୁମ୍ଭୀର ଛୁଆ। କେନ୍ଦ୍ରପଡ଼ା ସଦର ଥାନା ଅନ୍ତର୍ଗତ ବସପୁର ଠାରେ ଲୁଣାନଦୀରୁ ଏକ କୁମ୍ଭୀର ଛୁଆ ଉଦ୍ଧାର ହୋଇଛି। କୁମ୍ଭୀରଟିକୁ ଭିତରକନିକାରେ ଛାଡ଼ିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସୂଚନାନୁଯାୟୀ, କେନ୍ଦ୍ରପଡ଼ା ସଦର ଥାନା ଅନ୍ତର୍ଗତ ଆରିପଦା ଗାଁର ଦୋଳଗୋବିନ୍ଦ ମଲ୍ଲିକ ବୁଧବାର ଭୋରରୁ ବସପୁର ଠାରେ ଲୁଣାନଦୀରେ ଜାଲ ପକାଉଥିଲେ।

ଏହି ସମୟରେ ତାଙ୍କ ଜାଲରେ ଏକ ଥଣ୍ଟିଆ କୁମ୍ଭୀର ଛୁଆ ପଡିଥିଲା। ତେବେ ସ୍ଥାନୀୟ ଲୋକେ କୁମ୍ଭୀରଟିକୁ ଉଦ୍ଧାର କରି ବାନ୍ଧି ରଖିଛନ୍ତି। କୁମ୍ଭୀରଟିକୁ ବନ ବିଭାଗ ଭିତରକନିକାରେ ଛାଡିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button