ଓଡିଶା

ବିଜେଡି ପଦଯାତ୍ରା ସପ୍ତାହେ ବଢ଼ିଲା, ବାତ୍ୟା ପ୍ରଭାବିତ ଜିଲ୍ଲାରେ ନଭେମ୍ବର ୧ରୁ ୭ ଯାଏ ହେବ

ଭୁବନେଶ୍ୱର,୨୨/୧୦: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବିଜେଡିର ଜନସମ୍ପର୍କ ପଦଯାତ୍ରା ଅବଧିକୁ ଆହୁରି ଏକ ସପ୍ତାହ ବୃଦ୍ଧି କରାଯାଇଛି । ବାତ୍ୟା ପ୍ରଭାବିତ ଅଞ୍ଚଳରେ ନଭେମ୍ବର ୧ରୁ ୭ ଯାଏଁ ଚାଲିବ ଏହି ପଦଯାତ୍ରା । ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ଆବାହକ ସଞ୍ଜୟ ଦାସବର୍ମା ସୂଚନା ଦେଇଛନ୍ତି ।

ଶ୍ରୀ ଦାସବର୍ମା କହିଛନ୍ତି, ପ୍ରଥମ ପର୍ଯ୍ୟାୟ ପଦଯାତ୍ରାରେ ବିପୁଳ ଜନସମର୍ଥନ ମିଳିଥିଲା ।

ଦ୍ୱିତୀୟ ପର୍ଯ୍ୟାୟ ପଦଯାତ୍ରା ଅକ୍ଟୋବର ୨୧ରୁ ୩୦ ପର୍ଯ୍ୟନ୍ତ ହେବାକୁ ସ୍ଥିର ହୋଇଥିଲା । ମାତ୍ର ରାଜ୍ୟରେ ବାତ୍ୟାର ଭୟ ସୃଷ୍ଟି ହୋଇଛି । ତେଣୁ ଦଳର ସଭାପତିଙ୍କ ନିଷ୍ପତ୍ତି କ୍ରମେ ଏହି ଜନସମ୍ପର୍କ ପଦଯାତ୍ରାକୁ ଏକ ସପ୍ତାହ ପର୍ଯ୍ୟନ୍ତ ଅର୍ଥାତ ନଭେମ୍ବର ୧ରୁ ୭ ପର୍ଯ୍ୟନ୍ତ ବଢ଼ାଗଲା । ଯେଉଁ ଜିଲ୍ଲାରେ ବାତ୍ୟାର ପ୍ରଭାବ ପଡ଼ିବ ନାହିଁ, ସେଠାରେ ଜନସମ୍ପର୍କ ପଦଯାତ୍ରା ଜାରି ରହିବ ।

ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ବାତ୍ୟା ମୁକାବିଲା ପାଇଁ ରାଜ୍ୟରେ ଏକ ସୁଦୃଢ଼ ବ୍ୟବସ୍ଥା ପ୍ରତିଷ୍ଠା ହୋଇପାରିଛି । ୧୯୯୯ ମହାବାତ୍ୟା ପରେ ରାଜ୍ୟରେ ଅନେକ ବାତ୍ୟା ଆସିଛି, କିନ୍ତୁ ଓଡ଼ିଶା ଏହି ସବୁ ବାତ୍ୟାକୁ ଦୃଢ଼ତାର ସହ ମୁକାବିଲା କରିଛି । ମିଳିତ ଜାତିସଂଘ ମଧ୍ୟ ଓଡ଼ିଶାର ଦକ୍ଷତାକୁ ପ୍ରଶଂସା କରି ସମ୍ମାନିତ କରିଛି । ଆଶା କରୁଛୁ, ବର୍ତ୍ତମାନର ସରକାର ନିଜର ଉତ୍ତରଦାୟିତ୍ୱ ବହନ କରି ବାତ୍ୟାକୁ ସଫଳତାର ସହ ମୁକାବିଲା କରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button