ଓଡିଶା

ବାତ୍ୟା ପୂର୍ବରୁ ପରିବା ବଜାରରେ ବାତ୍ୟା! ରାତାରାତି ବଜାରରେ ନିଆଁ

ବାତ୍ୟା ନହେଉଣୁ ପରିବା ବଜାରରେ ପଡ଼ିଛି ଚଡ଼କ । ଦୁଇ ଦିନ ଭିତରେ ବଢିଗଲାଣି ପନିପରିବା ଦର । ଲୋକେ ଆତଙ୍କିତ ହୋଇ ଅଧିକ କିଣାକିଣି କରୁଛନ୍ତି । ଆଉ, ଅସାଧୁ ବେପାରୀ ଏହାର ଫାଇଦା ଉଠାଇ ବଢାଇ ଦେଉଛନ୍ତି ଦର । ବିଶେଷ କରି ଆଳୁ-ପିଆଜ ଦର ଦୁଇ ଦିନ ଭିତରେ କିଲୋ ପିଛା ୨୦ ଟଙ୍କା ବଢିଲାଣି । ବଜାରରେ ୬୦ ତଳକୁ ତ ଆଉ ପରିବା ହିଁ ନାହିଁ ।

ସେପଟେ ପ୍ରାକୃତିକ ବିପର୍ଯ୍ୟୟ ବେଳେ ବ୍ୟବସାୟୀ, କଳାବଜାରୀ ନ କରି ସହଯୋଗ କରିବାକୁ ନିବେଦନ କରିଛନ୍ତି ଯୋଗାଣ ମନ୍ତ୍ରୀ ।

ବାତ୍ୟା ନଆସୁଣୁ ପରିବା ବଜାରରେ ବାତ୍ୟା । ଗ୍ରାହକ ଆତଙ୍କିତ, ଫାଇଦା ଉଠାଇଲେଣି ଲାଭଖୋର୍ ବ୍ୟବସାୟୀ । କଟକ ଛତ୍ର ବଜାରରେ ଗତକାଲି ଆଳୁ ୩ କିଲୋକୁ ୮୦ରୁ ୮୫ ଟଙ୍କା ଥିଲା, ଆଜି ଶହେ । ରାତାରାତି ୨୦ ଟଙ୍କା ବଢିଯାଇଛି ଦର । ୪୫ରେ ମିଳୁଥିବା ପିଆଜ କିଲୋ ୬୦ରେ ପହଁଚିଲାଣି । ସବୁ ପନିପରିବାର ଦର ପାଖାପାଖି ୨୦ ଟଙ୍କା ବଢିଛି ।

କିଛି ପରିବା ତ ଦୁଇ ଗୁଣା ହେଲାଣି । ବଜାରରେ ୬୦ ତଳକୁ ଆଉ ପରିବା ନାହିଁ । ବାତ୍ୟା ଯେଭଳି କିଛି ଅସାଧୁ ବେପାରୀଙ୍କୁ ସୁଯୋଗ ଦେଉଛି, ଗ୍ରାହକଙ୍କୁ ଲୁଟିବାକୁ । ରାଜଧାନୀର ୧ ନମ୍ବର ହାଟରେ ବି ଗ୍ରାହକ ହାଉଜାଉ । କିଏ ବ୍ୟାଗ ଭର୍ତ୍ତି ପରିବା କିଣିନେଲାଣି ତ କିଏ ଆଳୁ ପିଆଜ । ରାସନ ଦୋକାନରେ ବି ଭିଡ ଜମିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button