ଓଡିଶା

ଦିଗପହଣ୍ଡିରେ ପୁଣି ବୋମାମାଡ଼, ଅଞ୍ଚଳବାସୀ ଆତଙ୍କିତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ପୁଣି ବୋମାମାଡ଼ କରାଯାଇଥିବାର ଖବର ମିଳିଛି। ଏନେଇ ଅଞ୍ଚଳବାସୀ ଆତଙ୍କିତ ଥିବା ଜଣାଯାଇଛି। କେନାଲ ସାହିର ରାଜେନ୍ଦ୍ର ସେଠୀଙ୍କ ଘରକୁ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବା ସୂଚନା ରହିଛି ।

ସୂଚନାଯୋଗ୍ୟ, ୫ଦିନ ପୂର୍ବେ ଦିଗପହଣ୍ଡି ଥାନା ଅଞ୍ଚଳର ୩ଟି ସ୍ଥାନରେ ବୋମାମାଡ଼ ହୋଇଥିଲା।

ବାରମ୍ବାର ବୋମାମାଡ଼କୁ ନେଇ ଆତଙ୍କରେ ଅଞ୍ଚଳବାସୀ। କିନ୍ତୁ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ହେତୁ ଏଭଳି ବୋମାମାଡ଼ ଘଟଣା ଦେଖିବାକୁ ମିଳୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button