ଓଡିଶା

ଡାଗୱେଲରେ ଫସିଛି ଭାଲୁ, ବନ ବିଭାଗର ଉଦ୍ଧାର କାର୍ଯ୍ୟ ଜାରି

ଉଦଳା: ପଡିଛି ଚହଳ, ଜମିଛି ଲୋକଙ୍କ ଗହଳି । ଗାଁଟା ସାରା ଲୋକ ଗୋଟିଏ ସ୍ଥାନରେ । କଣ ହେଇଛି ଆପଣ ତାହା ଜାଣିବାକୁ ଉତ୍ସୁକ ହେବେଣି । ତେବେ ଆସନ୍ତୁ ଜାଣିବା ଘଟଣା କଣ । ଡାଗୱେଲରେ ଫସିଛି ବିଶାଳ ଭାଲୁ । କପ୍ତିପଦା ବନାଞ୍ଚଳ ଅଧୀନ ଚକରାପାଳ ଗ୍ରାମରେ ଦେଖିବାକୁ ମିଳିଛି ଏମିତି ଘଟଣା । ଗାଁ ବିଲ ଭିତରେ ଥିବା ଏକ ଡାଗୱେଲରେ ଭାଲୁଟିଏ ପଡ଼ିଥିବା ବେଳେ ଆଜି ସକାଳେ ବିଲକୁ ଯାଇଥିବା ସମୟରେ ଦୁଇ ଜଣ ଯୁବକ ଦେଖିବାକୁ ପାଇଥିଲେ ।

ପରେ ଏନେଇ ବନ ବିଭାଗକୁ ଖବର ଦିଆଯାଇଥିବା ବେଳେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ ସୁଦ୍ଧା ଭାଲୁକୁ ଉଦ୍ଧାର କରି ପାରୁନାହିଁ । ଡାଗୱେଲ ଭିତରେ ୨୦ ଫୁଟ ଗଭୀରତାରେ ଏବେ ଜୀବନ ପାଇଁ ସଂଘର୍ଷରତ ଭାଲୁ । ଦୁଇ ଘଣ୍ଟାରୁ ଅଧିକ ହେଲାଣି ଭାଲୁଟି ଡାଗୱେଲରେ ଫସିଥିବା ବେଳେ ଉଦ୍ଧାର କରିବାରେ ବନ ବିଭାଗ ବିଫଳ ।

ଦିନ ରାତି କିଛି ମାନୁ ନାହାନ୍ତି ଜଙ୍ଗଲୀ ଭାଲୁ । ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି । ପୂର୍ବରୁ ବିଳମ୍ବିତ ରାତିରେ ଭାଲୁମାନେ ଜନବସତିକୁ ଆସି ଉତ୍ପାତ କରୁଥିଲେ । କିନ୍ତୁ ଏବେ ଦିନରେ ବି ଭାଲୁଙ୍କୁ ଜନବସତି ଅଞ୍ଚଳରେ ଦେଖିବାକୁ ମିଳୁଛି । ତେବେ ଦୀର୍ଘ ସମୟ ହେଲାଣି ଡାଗୱେଲରେ ଭାଲୁଟି ଫଶି ରହିଥିବାବେଳେ ଯେତେ ଶୀଘ୍ର ହେବ ଭାଲୁଟିକୁ ଉଦ୍ଧାର କରିବାକୁ ଅଣ୍ଟା ଭିଡିଛି ବନ ବିଭାଗ ।

Related Articles

Leave a Reply

Your email address will not be published. Required fields are marked *

Back to top button