ଓଡିଶା

ବଦଳିଲା ଓଡ଼ିଶା ନର୍ସିଂ ଡ୍ରେସ୍ କୋଡ୍ , ୟୁନିଫର୍ମରେ ରହିବ ସମ୍ବଲପୁରୀ ଛିଟ

ରାଜ୍ୟରେ କାର୍ଯ୍ୟରତ ନର୍ସଙ୍କ ଡ୍ରେସ୍‌ କୋଡ୍‌ ପରିବର୍ତ୍ତନ କରାଯାଇଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ରାଜ୍ୟରେ ବଦଳିଲା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅଧୀନ ନର୍ସଙ୍କ ଡ୍ରେସ କୋଡ୍‌ । ନର୍ସିଂଙ୍କ ଡ୍ରେସ୍‌ କୋଡ୍‌ରେ ରହିବ ସମ୍ବଲପୁରୀ ଛିଟ । ନର୍ସିଂ ଅଫିସରଙ୍କ ୟୁନିଫର୍ମ କଲାରରେ ରହିବ ସମ୍ବଲପୁରୀ ଝଲକ । ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ନିଷ୍ପତ୍ତି। ସିନିୟର୍ ନର୍ସିଂ ଅଫିସର ପିନ୍ଧିବେ ଈଷତ୍ ବାଇଗଣୀ ରଙ୍ଗର ପୋଷାକ । ଡେପୁଟି ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ/ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟଙ୍କ ଧଳା ରଙ୍ଗ। ଜେନେରାଲ୍ ୱାର୍ଡରେ କାର୍ଯ୍ୟରତ ନର୍ସ ଧଳା ରଙ୍ଗର ଆପ୍ରନ୍ ପିନ୍ଧିବେ ।

ନର୍ସଙ୍କ ଡ୍ରେସ କୋଡ୍‌କୁ ନେଇ ପରିବର୍ତ୍ତନ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧୀନ ନର୍ସଙ୍କ ଡ୍ରେସ କୋଡ୍ ବଦଳିଛି । ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଆସନ୍ତୁ ଜାଣିବା କେଉଁ ବର୍ଗର ନର୍ସ କେଉଁ ରଙ୍ଗର ଡ୍ରେସ କୋଡ୍ ।

Related Articles

Leave a Reply

Your email address will not be published. Required fields are marked *

Back to top button