ଓଡିଶା

କାହା କଥାରେ ପଡ଼ି ରାସ୍ତାରେ ଗଡ଼ିବାର ଆବଶ୍ୟକତା ନାହିଁ: ପ୍ରଭାତୀ ପରିଡ଼ା

ଭୁବନେଶ୍ବର: ମିଶନ ଶକ୍ତିକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ମିଶନ ଶକ୍ତିର ମହିଳାଙ୍କୁ କେହି ବିଭ୍ରାନ୍ତ କରନ୍ତୁ ନାହିଁ। ଗତକାଲି ଏହି ପ୍ରସଙ୍ଗରେ ଗୃହରେ ଚର୍ଚ୍ଚା ହୋଇଛି। କାହା କଥାରେ ପଡ଼ି ରାସ୍ତାରେ ଗଡ଼ିବା ଆବଶ୍ୟକତା ନାହିଁ । ମହିଳାଙ୍କ ସ୍ବାର୍ଥ ରକ୍ଷା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ମହିଳାଙ୍କ ସ୍ବାର୍ଥ ପାଇଁ ଯାହା ଠିକ୍ ତାହା କରିବେ ସରକାର।

ମିଶନ ଶକ୍ତିର ମହିଳାଙ୍କୁ କେହି ବିଭ୍ରାନ୍ତ କରନ୍ତୁ ନାହିଁ। ଗତକାଲି ଏହି ପ୍ରସଙ୍ଗରେ ଗୃହରେ ଚର୍ଚ୍ଚା ହୋଇଛି। କାହା କଥାରେ ପଡ଼ି ରାସ୍ତାରେ ଗଡ଼ିବା ଆବଶ୍ୟକତା ନାହିଁ । ମହିଳାଙ୍କ ସ୍ବାର୍ଥ ରକ୍ଷା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ମହିଳାଙ୍କ ସ୍ବାର୍ଥ ପାଇଁ ଯାହା ଠିକ୍ ତାହା କରିବେ ସରକାର।
ଗତ ୬ ମାସର ବକେୟା ଦରମା ଦାବି ନେଇ ବୁଧବାର ଭୁବନେଶ୍ବର ଗାନ୍ଧୀମାର୍ଗରେ ନିଖିଳ ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ସଦସ୍ୟାମାନେ ପ୍ରଦର୍ଶନ କରିଛନ୍ତି।

ବିଧାନସଭା ଚାଲିଥିବାବେଳେ ସେମାନେ ନିଜର ସମସ୍ୟା ସରକାରଙ୍କୁ ଜଣାଇବାକୁ ଉଦ୍ୟମ କରିଛନ୍ତି । ଲୋୟର ପିଏମଜିରେ ଆନ୍ଦୋଳନକାରୀ ବିଧାନସଭା ଆଡକୁ ମୁହାଁଇଥିବାବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା। ସେମାନେ ବିଭିନ୍ନ ସ୍ଲୋଗାନ ଦେବା ସହିତ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ।

ଏଣେ ଏହାକୁ ସମର୍ଥନ ଜଣାଇ ବିଜେଡି ନେତାମାନେ ଭୁବନେଶ୍ବର ଗାନ୍ଧୀମାର୍ଗରେ ଡେରା ପକାଇ ବସିଥିବା ଦେଖିବାକୁ ମିଳିଛି। ତେଣେ ଏହି ପ୍ରସଙ୍ଗକୁ ନେଇ ବିଧାନସଭାରେ ହଟ୍ଟଗୋଳ ହୋଇଥିବାରୁ ପୂର୍ବାହ୍ନ ସାଢେ ୧୧ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button