ଦେଶ ବିଦେଶ

ରୁଷ୍‌ ଏନ୍‌ବିସି ପ୍ରତିରକ୍ଷା ବାହିନୀ ମୁଖ୍ୟଙ୍କୁ ହତ୍ୟା: ୟୁକ୍ରେନର ସୁରକ୍ଷା ସେବା ନିଜକୁ ଦାୟୀ କଲା

ମସ୍କୋ: ରୁଷ୍‌ ସେନାର ଜଣେ ଉଚ୍ଚପଦସ୍ତ ଅଧିକାରୀ ଏବଂ ତାଙ୍କର ଜଣେ ସହଯୋଗୀଙ୍କୁ ମସ୍କୋ ସହରରେ ବିସ୍ଫୋରଣରେ ଉଡ଼ାଇ ଦିଆଯାଇଛି। ଉଚ୍ଚପଦସ୍ଥ ସେନା ଅଧିକାରୀ ଲେଫ୍ଟନାଣ୍ଟ୍ ଜେନେରାଲ ଇଗୋର କି‌ରିଲୋଭ ରୁଷ୍‌ ସେନାର ଆଣବିକ, ଜୈବିକ ଏବଂ ରାସାୟନିକ (ଏନ୍‌ବିସି) ପ୍ରତିରକ୍ଷା ବାହିନୀର ମୁଖ୍ୟ ଥିଲେ। ମୃତ୍ୟୁବରଣ କରିଥିବା କିରିଲୋଭଙ୍କ ସହଯୋଗୀ ଜଣକ ହେଉଛନ୍ତି ରିୟାଜାନାସ୍କାଏ ‌ଏଭେନ୍ୟୁ। ସ୍କୁଟର ଭିତରେ ଥିବା ବିସ୍ଫୋରକ ସାମଗ୍ରୀକୁ ରିମୋଟ୍‌ ଜରିଆରେ ବିସ୍ଫୋରଣ କରାଯାଇଛି ବୋଲି ରୁଷ୍‌ର ତଦନ୍ତକାରୀ କମିଟି କହିଛି। ୟୁକ୍ରେନର ଏସ୍‌ବିୟୁ ସୁରକ୍ଷା ସେବା ଏଥିପାଇଁ ନିଜକୁ ଦାୟୀ କରିଛି। କିନ୍ତୁ ‌ୟୁକ୍ରେନ ସରକାରଙ୍କ ପକ୍ଷରୁ କିରିଲୋଭଙ୍କ ମୃତ୍ୟୁ ଉପରେ କୌଣସି ମତାମତ ଦିଆଯାଇନାହିଁ। ନିଷିଦ୍ଧ ରାସାୟନିକ ଅସ୍ତ୍ରର ବହୁଳ ବ୍ୟବହାର ସେ ୟୁକ୍ରେନରେ କରିଥିବା ନେଇ ଅଭିଯୋଗ ରହିଛି। କ୍ରେମଲିନ ନିକଟରେ ଥିବା ରିଆଜାନସ୍କି ପ୍ରୋସ୍ପେକ୍ଟରେ ଥିବା ଏକ ଆପାର୍ଟମେଣ୍ଟ ବିଲ୍ଡିଂ ବାହାରେ ଏହି ‌ବିସ୍ଫୋରଣ ହୋଇଛି।

ରୁଷ୍‌ର ତଦନ୍ତକାରୀ ଏଜେନ୍ସି ଅନୁଯାୟୀ, ଇଲେକ୍ଟ୍ରିକ୍ ସ୍କୁଟରରେ ଲୁଚାଇ ରଖାଯାଇଥିବା ବୋମା ବିସ୍ଫୋରଣ ହୋଇଥିଲା, ଯାହା ଫଳରେ କିରିଲୋଭ ଓ ତାଙ୍କ ସହାୟକଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଏକ ଅପରାଧିକ ମାମଲା ରୁଜୁ ହୋଇଛି। ୟୁକ୍ରେନର ସୁରକ୍ଷା ସେବା କହିଛି ଯେ ୟୁକ୍ରେନରେ ନିଷିଦ୍ଧ ରାସାୟନିକ ଅସ୍ତ୍ରଶସ୍ତ୍ର ବ୍ୟବହାର ଅଭିଯୋଗରେ ସୋମବାର ୟୁକ୍ରେନର ପ୍ରସିକ୍ୟୁ

Related Articles

Leave a Reply

Your email address will not be published. Required fields are marked *

Back to top button