ଓଡିଶା

ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି, ଜଗତସିଂହପୁର ଜିଲ୍ଲାରେ ୨ଟି ବଡ଼ ଘାଇ

ଭୁବନେଶ୍ୱର – ମୌସୁମୀ ସକ୍ରିୟ ଥିବାରୁ ରାଜ୍ୟରେ ବର୍ଷା ଲାଗି ରହିଛି। ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେବା ସହ ରାସ୍ତାଘାଟରେ ଆଣ୍ଠୁଏ ଲେଖାଏଁ ପାଣି । ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଲଗାଣ ବର୍ଷା ଯୋଗୁଁ ଜଗତସିଂହପୁର ଜିଲ୍ଲାରେ ଦୁଇଟି ବଡ଼ ଘାଇ ସୃଷ୍ଟି ହୋଇଛି । ଏଥିଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପାଣି ପଶିଯାଇଛି।

ସୂଚନା ମିଳିଛି ଯେ, ଦଳେଇଘାଇ ନିକଟ ମାଛଗାଁ କେନାଲ ବନ୍ଧ ଭାଙ୍ଗି ହନୁମନ୍ତବ୍ରହ୍ମପୁର ଗାଁ ରାସ୍ତା ଓ ଚାଷ ଜମିରେ ପାଣି ଉବୁଟୁବୁ ହେଉଛି। ତରିକୁନ୍ଦ ନିକଟରେ ଆଉ ଏକ ଘାଇ ହୋଇଥିବା ଯୋଗୁଁ ଜଗତସିଂହପୁର-କଟକ ରାସ୍ତାରେ ପାଣି ଚାଲିଛି। ଏହାଫଳରେ ଏହି ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଘର ଦ୍ବାର, ପଞ୍ଚାୟତ ଅଫିସ ଓ ଫାଣ୍ଡିରେ ପାଣି ପଶିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button