ଦୁଃଖ ବଖାଣିଲେ ଅମିଷା: ଗଦର-୨ ଦେଖିଲେନି ବନ୍ଧୁ ଓ ପରିବାର ବର୍ଗ – Utkal Mail
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅମିଷା ପଟେଲ ପୁଣି ଥରେ ଗଦର-୨ ସହିତ ବଡ଼ ପରଦାକୁ ଫେରିଛନ୍ତି। ରିଲିଜ୍ ପରେ ତାଙ୍କର ଚଳଚ୍ଚିତ୍ର ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇସାରିଥିବା ବେଳେ ପ୍ରାୟ ଦୁଇ ଦଶନ୍ଧି ମଧ୍ୟରେ ଏହା ଅମିଷାଙ୍କର ପ୍ରଥମ ହିଟ୍ ଫିଲ୍ମ ବୋଲି କୁହାଯାଉଛି। ଯଦିଓ ଅମିଶା ତାଙ୍କ କ୍ୟାରିୟର ଆରମ୍ଭରେ ଦୁଇଟି ବଡ଼ ହିଟ୍ ଦେଇଥିଲେ, କିନ୍ତୁ ସମୟ ସହିତ ତାଙ୍କ ଚଳଚ୍ଚିତ୍ର ଫ୍ଲପ୍ ହେବା ଆରମ୍ଭ ହେଲା।
ନିକଟରେ ଏକ ସାକ୍ଷାତକାରରେ ଅଭିନେତ୍ରୀ ନିଜର ଦୁଃଖ ବଖାଣିଛନ୍ତି। ଗଦର-୨ ଭଲ ବ୍ୟବସାୟ କରୁଥିଲେ ବି ଏପର୍ଯ୍ୟନ୍ତ ତାଙ୍କର ଏହି ଫିଲ୍ମ ତାଙ୍କ ବନ୍ଧୁ ଓ ପରିବାର ବର୍ଗ ଦେଖିନଥିବା କହିଛନ୍ତି ଅମିଷା। ନିକଟରେ ଅମିଷା ପଟେଲ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ଯେ ତାଙ୍କ ସାଙ୍ଗ ଏବଂ ପରିବାର ସମେତ ଅନେକ ଲୋକଙ୍କର ସନ୍ଦେହ ଥିଲା। ତାଙ୍କର ଘନିଷ୍ଠ ବନ୍ଧୁମାନେ ତାଙ୍କୁ ପଚାରିଥିଲେ ଯେ ସେମାନେ ‘ଗଦର ୨’ ଦେଖିବା ପାଇଁ ପ୍ରେକ୍ଷାଳୟକୁ ଯିବେ କି ନାହିଁ। ଲୋକମାନେ ‘ଗଦର’ ସମୟରେ ମଧ୍ୟ ଏହା କରିଥିଲେ। ସେହି ଲୋକମାନେ କେବଳ ମୋତେ ଅପମାନିତ କରିବାକୁ ଚାହାଁନ୍ତି ବୋଲି କହିଛନ୍ତି ଅଭିନେତ୍ରୀ।
ସେ ଆହୁରି କହିଛନ୍ତି ଯେ, “କିଛି ଲୋକ ମୋତେ ପ୍ରଶ୍ନ କରିଥିଲେ କି ଓଟିଟି ଯୁଗରେ ଲୋକମାନେ ଟଙ୍କା ଦେଇ ଏହି ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରିବେ କି ନାହିଁ। କିଛି ଲୋକ ମୋତେ ଏହା ମଧ୍ୟ କହିଥିଲେ ଯେ ‘ଗଦର ୨’ ଗଦର ଭଳି ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖନାହିଁ।”