ବିମାନରେ ଯାତ୍ରା କରିବାକୁ ଯାଉଥିବା ବେଳେ ଦୁଆରେ ପୁଅକୁ ପାଇଲଟ୍ ପୋଷାକରେ ଦେଖିଲେ ମହିଳା – Utkal Mail
ନୂଆଦିଲ୍ଳୀ: ଇଣ୍ଟରନେଟ୍ରେ ଆପଣ ଆଗରୁ ଅନେକ ମଜାଦାର ଭିଡିଓ ଦେଖିଥିବେ। ନିକଟରେ ଭାଇରାଲ୍ ହୋଇଥିବା ଏକ ଭିଡିଓରେ ଜଣେ ପୁଅ ନିଜ ମାଆଙ୍କୁ କିଭଳି ସର୍ପ୍ରାଇଜ୍ ଦେଉଛନ୍ତି ତାହା ଦେଖିବାକୁ ମିଳିଛି। ଭାଇରାଲ୍ ହୋଇଥିବା ଭିଡିଓଟି ସମସ୍ତଙ୍କ ମନକୁ ବେଶ ଛୁଇଁଯାଇଛି।
ଭିଡିଓରେ ଇଣ୍ଡିଗୋ ବିମାନର ପାଇଲଟ୍ ବିମଲ ଶଶୀଧରନ ତାଙ୍କ ମା’ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ମାଆ ପୁଅଙ୍କ ଭେଟ ହେବାର ଭାବପ୍ରବଣ କ୍ଲିପଟିକୁ ପାଇଲଟ୍ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିବା ପରେ ଏହାକୁ ବହୁ ଗ୍ରହଣୀୟତା ମିଳିିଛି।
କ୍ଲିପ୍ରେ ଅନ୍ୟ ସମସ୍ତ ଯାତ୍ରୀଙ୍କ ପରି ଶଶୀଧରନଙ୍କ ମାଆଙ୍କୁ ବି ବିମାନରେ ଚଢ଼ୁଥିବାର ଦେଖିବାକୁ ମିଳିିଛି। ହେଲେ ସେ ଜାଣି ନଥିଲେ ଯେ ତାଙ୍କ ପୁଅ ସେହି ଦିନ ବିମାନର କମାଣ୍ଡରେ ଥିଲେ। ସେ ବିମାନରେ ପ୍ରବେଶ କରିବା ସମୟରେ ବିମାନ କର୍ମଚାରୀମାନେ ତାଙ୍କୁ ହସଖୁସିରେ ଅଭିବାଦନ ଜଣାଇଥିଲେ ଏବଂ ଏଥିରୁ ସ୍ପଷ୍ଟ ଜଣାପଡୁଥିଲା ଯେ ବିମାନ ଭିତରେ କେହି ଯେପରି ତାଙ୍କୁ କେହି ଯେପରି ଅପେକ୍ଷା କରି ରହିଥିଲେ। ସେ ଆଉ କେହି ନୁହଁନ୍ତି, ତାଙ୍କ ପୁଅ ଶଶୀଧରନ।
ମହିଳା ଯେତେବେଳେ ବିମାନ ଭିତରକୁ ପ୍ରବେଶ କରିବା ମାତ୍ରକେ ପାଇଲଟ୍ ପୋଷାକରେ ଅଚାନକ ନିଜ ପୁଅକୁ ଦେଖିଥିଲେ ତ ତାଙ୍କର ପ୍ରତିକ୍ରିୟା ଅମୂଲ୍ୟ ଥିଲା – ଅବିଶ୍ୱାସ ଏବଂ ଅତ୍ୟଧିକ ଆନନ୍ଦର ମିଶ୍ରଣ ସେହି ପ୍ରତିକ୍ରିୟା ଏବେ ଭାଇରାଲ୍ ହେଉଛି। ସେ ତାଙ୍କ ପୁଅ ଆଡ଼କୁ ଦୌଡ଼ିଯାଇ ତାଙ୍କୁ ଜୋରରେ ଆଲିଙ୍ଗନ କରିଥିଲେ ଏବଂ ସେମାନଙ୍କର ହସରେ କ୍ୟାବିନ ଭରିଗଲା।