ସ୍ୱାସ୍ଥ୍ୟ

ନିଦ ପୁରା ନକରି ମହିଳା ଜଣକ କରୁଥିଲେ ଏକ୍ସରସାଇଜ, ହୋଇ ଗଲା ମୃତ୍ୟୁ, ଯାଞ୍ଚ ପରେ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କଲାଭଳି କାରଣ

କୁହାଯାଏ ଯେ ଏକ୍ସରସାଇଜ କରିବା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ଅଟେ, କିନ୍ତୁ ୟୁକେ ନିବାସୀ ଗୋଟେ ମହିଳାଙ୍କ ଉପରେ ଏକ୍ସରସାଇଜ ବହୁତ ଭାରି ପଡି ଗଲା । ମହିଳା ଟିଭି ଦେଖି ଏକ୍ସରସାଇଜ କରୁଥିଲେ କିନ୍ତୁ ହଟାତ ତଳେ ପଡି ଗଲେ, ଏବଂ ହସ୍ପିଟଲ ନେଲା ବେଳକୁ ମରି ଗଲେ । ମହିଳାଙ୍କ ମୃତ୍ୟୁ ପଛରେ ବହୁତ ଆଶ୍ଚର୍ଯ୍ୟ କରି ଦଉଥିବା କାରଣ ସାମ୍ନାକୁ ଆସିଛି । ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଘଟଣା କଣ ।

ମିଡିଆ ରିପୋର୍ଟ ଅନୁଯାଇ ୟୁକେ ନର୍ଥ ୱେଲ୍ସ ନିବାସୀ ଜୋନା ଲିଚ ତାଙ୍କ ବୟସ ୪୬ ବର୍ଷ ଥିଲା ନିଜ ସ୍ଵାମୀ ବେଲିନ୍ସନ ଓ ୩ଟି ଛୁଆ ଫରା, ଜାର୍ଜୀୟା ଏବଂ ଜେନସେନ ସହ ରହୁ ଥିଲେ ।

ଜୋନା ଲିଚ କେୟର ୱୋର୍କର କାମ କରୁଥିଲେ, ଘଟଣା ଦିନ ସେ ନାଇଟ ସିଫ୍ଟ କାମ କରି ଆସିଥିଲେ ଓ କିଛି ସମୟ ପାଇଁ ଶୋଇ ପଡିଥିଲେ, କିନ୍ତୁ ନିଦ ନଆସିବାରୁ ସେ ଏକ୍ସରସାଇଜ କରିବା ଆରମ୍ଭ କରି ଦେଲେ । ଜୋନା ଟିଭି ଦେଖି ଦେଖି ଏକ୍ସରସାଇଜ ମେଶିନ ରେ କସରତ କରୁଥିଲେ, ସେହି ସମୟରେ ହଟାତ ସେ ବେହୋଶ ହୋଇ ଗଲେ, ଏହା ପରେ ଜୋନା ସ୍ଵାମୀ ଏମ୍ବୁଲେନ୍ସ ଫୋନ କରି ଡକାଇଲେ ।

 

ମହିଳାଙ୍କୁ ଏୟରଲିଫ୍ଟ କରି ହସ୍ପିଟଲ ନିଆ ଗଲା, କିନ୍ତୁ ପରେ ମହିଳାଙ୍କ ମୃତ୍ୟୁ ହୋଇ ଗଲା । ଡକ୍ଟର ଅନୁଯାଇ ମହିଳାଙ୍କ ମୃତ୍ୟୁ ବ୍ରେନ ହେମରେଜ କାରଣରୁ ହୋଇଛି, ଡକ୍ଟର ଅନୁଯାଇ ଜୋନା ନାଇଟ ସିଫ୍ଟ କରି ଆସି ଥିଲେ ଓ ବିନା ଆରାମ ଏକ୍ସରସାଇଜ କରିବା ଆରମ୍ଭ କରି ଦେଲେ, ଜୋନାଙ୍କ ଏହି କାମ ତାଙ୍କ ଉପରେ ବହୁତ ବଡ ପ୍ରଭାବ କଲା ଓ ତାଙ୍କୁ ମୃତ୍ୟୁ ପ୍ରାପ୍ତ ହେଲା ।

 

ମହିଳାଙ୍କ ସ୍ଵାମୀ ଯଷ୍ଟିନ ବେଲିନ୍ସନ କହିଥିଲେ ଯେ ଆମ ସମସ୍ତଙ୍କୁ ଆଗରୁ ଲାଗୁଥିଲା ଯେ କାଡିୟାକ ଆରେଷ୍ଟ ଆସି ଥିଲା କିନ୍ତୁ ଯେତେବେଳେ ଏମଆରଆଇ ହେଲା ଓ ରିପୋର୍ଟ ଆସିଲା ତେବେ ଜଣା ପଡିଲା ଯେ ଏହା କାଡିୟାକ ଅଟେକ ନୁହଁ ବ୍ରେନ ହେମରେଜ ଥିଲା ଯାହା ପାଇଁ ଜୋନାର ମୃତ୍ୟୁ ହୋଇ ଗଲା ।

ଜୋନାଙ୍କ ସ୍ଵାମୀ ଅନୁଯାଇ ଜୋନାଙ୍କୁ କୌଣସି ପ୍ରକାର ରୋଗ ନଥିଲା ନା ତାଙ୍କ ମୁଣ୍ଡ ବ୍ୟଥା ହୁଏ, ହେମରେଜ କାରଣ ପାଇଁ ମହିଳାଙ୍କ ଅବସ୍ତା ଏତେ ଖରାପ ହୋଇ ଗଲା ଯେ ଡକ୍ଟର ଅପରେଶନ କରିବା ପାଇଁ ମନା କରି ଦେଲେ ଓ କହିଦେଲେ ଯେ ମହିଳାଙ୍କୁ କୌଣସି ଅବସ୍ତାରେ ବଞ୍ଚେଇବା ଅସମ୍ଭବ ଅଟେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button