ଖୁବଶୀଘ୍ର ଦ୍ବିତୀୟ ଥର ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି ଅଭିନାଶ – Utkal Mail
ନୂଆଦିଲ୍ଲୀ: ବିଗବସ ଓଟିଟି ସିଜନ -୨ରେ ଅଭିନାଶ ସଚ୍ଚଦେବ ଓ ଫଲକ ନାଜଙ୍କ ବନ୍ଧୁତାକୁ ଖୁବ ପସନ୍ଦ କରାଯାଇଛି। ଏମିତି କି ଅଭିନାଶ ନିଜର ମନର କଥାକୁ ଫଲକଙ୍କ ସହିତ ସେୟାର ବି କରିଥିବା ଶୁଣିବାକୁ ମିଳିଛି।
ସୋ’ ଶେଷ ହେବାପରେ ବି ଅଭିନାଶ ଓ ଫଲକଙ୍କ ଭିତରେ ଥିବା ଘନିଷ୍ଠ ବନ୍ଧୁତା ଲୋକଙ୍କ ଦୃଷ୍ଟିଗୋଚର ହୋଇଥିଲା। ଗତ ଶୁକ୍ରବାର ଦୁହେଁ ବିଗବସର ଓଟିଟି ପାର୍ଟିରେ ବି ଏକାଠି ପହଞ୍ଚିଥିଲେ। ଏହି ସମୟରେ ଗଣମାଧ୍ୟମ ଦୁହିଁଙ୍କୁ ଘେରି ଅନେକ ପ୍ରଶ୍ନବାଣ କରିଥିଲେ। କ୍ୟାମେରା ସାମ୍ନାରେ ଅଭିନାଶ ଓ ଫଲକ ପରସ୍ପରର ହାତ ଧରିଥିବାୁ ବି ଦେଖିବାକୁ ମିଳିଥିଲା।
କ୍ୟାମେରା ସାମ୍ନାରେ ଅଭିନାଶ ଓ ଫଲକଙ୍କ ଫଟୋ ସେସନ ଚାଲିଥିଲା। ଏତିକି ବେଳେ ଜଣେ କ୍ୟାମେରା ମ୍ୟାନ ପଚାରିଥିଲେ,‘ ଅଭିନାଶ ସାର ଆମେ ସିଧାସଳଖ କାର୍ଡର ଅପେକ୍ଷାରେ ରହିବୁ କି?’ ଅବିନାଶ ହସିହସି କହିଥିଲେ,‘ ଅଧିକ ହୋଇଯାଉନି।’
ତେବେ ଆଉଜଣେ ଠିକ ଏହି ସମୟରେ ଅଭିନାଶଙ୍କୁ ପଚାରିଥିଲେ,‘ ଆମେ ଆପଣ ଦୁଇଜଣଙ୍କୁ ଆଗାମୀ ଦିନରେ ବୋଧ ହୁଏ ରିଅଲ ଲାଇଫ କପୁଲ ଭାବେ ଦେଖିବାକୁ ପାଇବୁ।’ ଏଭଳି ପ୍ରଶ୍ନ ଶୁଣିବା ପରେ ଅଭିନାଶ ଓ ଫଲକ ଦୁହେଁ ଖଣ୍ଡନ କରି ନଥିଲେ କି କିଛି ପ୍ରତିକ୍ରିୟା ବି ଦେଇ ନଥିଲେ। ହସି ଦେଇ କ୍ୟାମେରା ସାମ୍ନାରୁ ଚାଲି ଯାଇଥିଲେ।
ତେବେ ଅଭିନେତାଙ୍କ ଏଭଳି ସଙ୍କେତ ପରେ ଫଲକଙ୍କ ସହିତ ଅଭିନାଶଙ୍କ ବିବାହକୁ ନେଇ ଚର୍ଚ୍ଚା ସୋସିଆଲ ମିଡିଆରେ ଜୋର ଧରିଛି। ତେବେ କୁହାଯାଉଛି କି ଅଭିନାଶ ଯଦି ଫଲକଙ୍କୁ ବିବାହ କରିବେ ଏହା ତାଙ୍କର ଦ୍ବିତୀୟ ବିବାହ ହେବ। କାରଣ ତାଙ୍କର ପ୍ରଥମ ସ୍ତ୍ରୀଙ୍କ ସହିତ ଅଭିନାଶଙ୍କ ବିବାହ ବିଚ୍ଛେଦ ହୋଇଯାଇଛି।