ସ୍ୱାସ୍ଥ୍ୟ

ବଡ ବଡ ରୋଗକୁ କରେ ଭଲ ଏହି ପାନର ପତ୍ର, କେବଳ ଖାଇବାର ସଠିକ ତରିକା ଜାଣି ନିଅନ୍ତୁ

ପାନପତ୍ର ବିଷୟରେ ତ ଆପଣ ସମସ୍ତେ ଜାଣିଥିବେ। ଏହାକୁ ଖାଇବା ଦ୍ଵାରା କଣ ଖ୍ଯାତି ହୋଇଥାଏ ଏହା ସବୁ ଜାଣିଛନ୍ତି କିନ୍ତୁ ଏହାର ସେବନ କଲେ କଣ ଫାଇଦା ମିଳେ ଏହା ବୋଧେ କେହି ଜାଣି ନଥିବେ। ପାନପତ୍ରରେ ଗୁଆ ଗୁଣ୍ଡି ଆଦି ନିଶା ଦ୍ରବ୍ୟ ମିଶାଇ ଖିଆଯାଏ । ଯାହାକି ସ୍ୱାସ୍ଥ୍ୟ ପାଇଁ ଖରାପ ଅଟେ ଓ ସେଥିପାଇଁ ପାନପାତ୍ରକୁ ନିଶାଦ୍ରବ୍ୟ ଭାବେ ମଧ୍ୟ ଗଣାଯାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ପାନ ପତ୍ରରେ ଲୁଚି ରହିଛି କିଛି ଏଭଳି ଔଷଧୀୟ ଗୁଣ ଯାହା ବଡ ବଡ ରୋଗକୁ ମଧ୍ୟ ଭଲ କରି ଦିଏ।

ଆପଣ ଦେଖି ଥିବେ ଆମେ ଯେ କୌଣସି ସମାରୋହକୁ ଯାଉ କିମ୍ବା ଘରେ ବି ଖାଇସାରି ବା ପରେ ଲୋକମାନେ ହଜମ କରିବା କିମ୍ବା ମୁଖବାସ ପାଇଁ ପାନ ପତ୍ରର ପ୍ରୟୋଗ କରିଥାନ୍ତି।  କେବଳ ଏତିକି ନୁହେଁ ବରଂ ଏହାକୁ ଆପଣ ନିଜ ଶରୀରରେ ଥିବା ବହୁ ପ୍ରକାରର ସମସ୍ୟାରୁ ମୁକ୍ତି ପାଇପାରିବ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ସମସ୍ୟା ପାଇଁ ଲାଭକାରୀ ଅଟେ ଏହି ପାନର ପତ୍ର ।

 

୧) ନାକରୁ ରକ୍ତ ପଡିବା – ଏହି ପରି ସମସ୍ୟା ଦେଖାଦେଲେ ଏହି ପାନର ପତ୍ରକୁ ଶୁଂଘିଲେ ଲାଭ ମିଳିଥାଏ ଓ ନାକରୁ ରକ୍ତ ପଡିବା କମିଯାଇଥାଏ ।

୨) ଆଖି ଲାଲି ପଡିଲେ– ଥକା କିମ୍ବା ନିଦ ନହେଲେ ଆଖିର ସମସ୍ୟା ହେବା ଦ୍ୱାରା ଆଖି ଲାଲି ପଡିଯାଏ । ପାନର ପତ୍ରକୁ ସିଝାଇ ଥଣ୍ତା ପାଣିରେ ବୁଡାଇ ଆଖିରେ ମାରନ୍ତୁ ।

୩) ପାଇଲ୍ସ କିମ୍ବା ବବାଶୀର – ଦୁଇ ଦିନ ପାଇଁ ପାନର ପତ୍ର ଖାଆନ୍ତୁ । ଏହା ଛଡା କିଛି ବି ଖାଆନ୍ତୁ ନାହିଁ । ୪୮ ଘଣ୍ଟାରେ ପାଇଲ୍ସ ଜଡରୁ ଶେଷ ହୋଇଯୀବ । ଏହାକୁ ସିଧା ସଳଖ ଚୋବେଇ ଚୋବେଇ ଖାନ୍ତୁ | ଏହା ଛଡା ଏହି ସମୟରେ କୌଣସି ତେଲ ମସଲା ଜାତୀୟ ଖାଦ୍ୟ ଖାଇବା ଅନୁଚିତ।

୪) କୁଣ୍ତିଆ- ଶରୀରରେ କୁଣ୍ତିଆ ହେଲେ ପାନର ପତ୍ରକୁ ସିଝାଇ ସେହି ପାଣିରେ ଗାଧୋଇଲେ କୁଣ୍ତିଆ ଭଲ ହୋଇଯାଇଥାଏ ।

୫) ମୋଟା କଣ୍ଠ ହେଲେ – ଯଦି ଆପଣଙ୍କ କଣ୍ଠ ମୋଟ ହେଉଛି ତେବେ ଏହି ସମୟରେ ପାନ ଖାଇବା ଓ ତାହାର ପାଣି ପିଇବା ଲାଭ ଦାୟକ ହୋଇଥାଏ । ଏଥିରେ ଆପଣଙ୍କ ଗଳା ଠିକ୍ ହୋଇଯାଏ ।

୬) କଫ – ପାନର ୧୫ ଟି ପତ୍ରକୁ ତିନି ଗିଲାସ ପାଣିରେ ସିଝାନ୍ତୁ । ଯେବେ ପାଣି ଗୋଟେ ଭାଗ ରହିଯିବ ତେବେ ଏହାକୁ ମେଡିସିନ୍ ପରି ଦିନରେ ୩ ଥର ପିଅନ୍ତୁ । ଏହା ଦ୍ୱାରା କଫ ବାହାରିବାରେ ସହଜ ହେବ ।

 

୭) ମାଢୀ – ମାଢିରୁ ରକ୍ତ ପଡିବା କିମ୍ବା ଅନ୍ୟ ଅସୁବିଧା ପାଇଁ ପାନର ପତ୍ରକୁ ସିଝାଇ ତାକୁ ଗାଗଲିଙ୍ଗ୍ କରିଲେ ମାଢୀରୁ ରକ୍ତ ପଡିବା କମି ଯାଇଥାଏ ।

୮) ଶରୀରରୁ ଦୁର୍ଗନ୍ଧ – ଶରୀରରୁ ଦୁର୍ଗନ୍ଧ ଆସୁଥିଲେ ପାନର ପାଞ୍ଚଟି ପତ୍ର । ଦୁଇ କପ୍ ପାଣିରେ ସିଝାଇ ଏହି ପାଣିକୁ ଦ୍ୱିପହର ସମୟରେ ପିଇଲେ ଲାଭ ମିଳିଥାଏ ।

୯) ବ୍ରୋକାଇଟିସ୍ – ପାନର ୭ ଟି ପତ୍ରକୁ ପାଣିରେ ଚିନି ମିଶାଇ ସିଝାନ୍ତୁ । ଯେବେ ପାଣି ଗୋଟେ ଗିଲାସ ହୋଇଯିବ ତେବେ ତାକୁ ଦିନରେ ୩ ଥର ପାଣିରେ ପିଇଲେ ବ୍ରୋକାଇଟିସ୍ ରୁ ଲାଭ ମିଳିଥାଏ

୧୦ ) ଆଣ୍ଟି-ସେପ୍ଟିକ୍ – ପାନ ପତ୍ର ଏକ ଆଣ୍ଟିସେପ୍ଟିକ୍ ପରି କାମ କରିଥାଏ । ଛୋଟ ମୋଟ ଖଣ୍ତିଆ କିମ୍ବା ମୋଡି ହୋଇଗଲେ ଏହି ପାନର ପତ୍ରକୁ ପେଷିକରି ଲଗାଇଲେ ଲାଭ ମିଳିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button