ବହୁତ୍ ବର୍ଷ ପରେ ollywood ରେ ଫେରିବେ comedy king ଜୟୀରାମ ସାମଲ..
ଦୁଇ ବର୍ଷ ହୋଇ ଗଲାଣି ସୁଟିଂ ବନ୍ଦ ରହିଥିଲା।ବର୍ତ୍ତମାନ ବହୁତ ସାରା ପ୍ରଯୋଜକ ଓଡ଼ିଆ ସିନେମା ଭେଟି ଦେବା ପାଇଁ ଆଗକୁ ଆସୁଛନ୍ତି।ନିକଟରେ ଭୁବନେଶ୍ୱର ର ଏକ ତାରକା ହୋଟେଲ୍ ପରିସର ରେ ରକ୍ଷକ ଚଳଚ୍ଚିତ୍ର ଶୁଭାରମ୍ଭ ହୋଇସାରିଛି।
ଦୁର୍ନୀତିଗ୍ରସ୍ତ ସମାଜରେ ଜଣେ ସଚ୍ଚୋଟ ଲୋକ କିଭଳି ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି ଏବଂ ତାଙ୍କୁ ଫିଲ୍ମ୍ ର ନାୟକ କିଭଳି ରକ୍ଷା କରି ପୁରା ସିଷ୍ଟମ ପରିବର୍ତ୍ତନ କରିବେ ତାହା ଦେଖିବାକୁ ମିଳିବ ଏହି ସିନେମା ରେ।ଏହି ଅବସରରେ ହିରୋ କିଶୋର ଓ ଅଭିନେତ୍ରୀ ସସ୍ମିତା ଙ୍କ ସହିତ ବରିଷ୍ଠ ହାସ୍ୟ ଅଭିନେତା ଜୟୀରାମ ସାମଲ
ଅଶ୍ରୁ ମୋଚନ, ବବି ମିଶ୍ର,ବୈଦ୍ୟନାଥ ଦାଶ ପ୍ରଯୋଜକ ଅକ୍ଷୟ କୁମାର ନାୟକ ନିର୍ଦ୍ଦେଶକ ଦିବ୍ୟ ଜ୍ୟୋତି ପାତ୍ର ଉପସ୍ଥିତ ହୋଇ ଚଳଚ୍ଚିତ୍ର ର ରକ୍ଷକ ପାଇଁ ଏହାର ଶୁଭାରମ୍ଭ କରିଥିଲେ।ରକ୍ଷକ ରେ କିଶୋର ଓ ସସ୍ମିତା ମୁଖ୍ୟ ଭୂମିକାରେ ଥିଲା ବେଳେ ରାଇ ମୋହନ ପରିଡା ଜୟୀରାମ ସାମଲ ଅଶ୍ରୁ ମୋଚନ, ବବି ମିଶ୍ର,ପ୍ରଦିମ୍ନ ଲେଙ୍କା ପ୍ରମୁଖ ଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି।
ନୃତ୍ୟ ନିର୍ଦ୍ଦେଶନା ଲୁବୁନ ଟୁବୁନ ଦେଇଥିବା ବେଳେ ସଙ୍ଗୀତ ଦେଇଛନ୍ତି ବୈଦ୍ୟନାଥ ଦାଶ।ଫିଲ୍ମଟି ଆଗାମୀ ରଜକୁ ସୁଟିଂ ଆରମ୍ଭ ହୋଇଥିବା ବେଳେ ଖୁବ ଶୀଘ୍ର ମୁକ୍ତିଲାଭ କରିବ ବୋଲି କୁହାଯାଇଛି।କଳାକାରମାନେ ଅନେକ ପ୍ରତିକ୍ରିୟା ଦେଇଛନ୍ତି।ଦର୍ଶକମାନେ ଚାହିଁ ବସିଛନ୍ତି।ଏହି ଫିଲ୍ମ ଟି ଏକ ବହୁତ ବଡ଼ ମେସେଜ ଦେବ।ବହୁତ ଭଲ ଫିଲ୍ମ୍ ହୋଇଛି ବୋଲି କଳାକାରମାନେ କହିଛନ୍ତି।