ଓଡିଶା

ଫିଲ୍ମ ଷ୍ଟାଇଲରେ ଚୋର-ପୋଲିସ ଖେଳ, ଦେଶୀ ମଦ ଗାଡିକୁ ଗୋଡାଇ ଧରିଲା ଅବକାରୀ ବିଭାଗ

ଆଠଗଡ଼ : ଫିଲ୍ମ ଷ୍ଟାଇଲରେ ଅବକାରୀ ବିଭାଗ କର୍ମଚାରୀ ଓ ମଦ ବେପାରୀଙ୍କ ଗୋଡ଼ାଗୋଡ଼ି ।  ଚଢ଼ଉ ବେଳେ ଚକମା ଦେଖାଇଥିଲେ ଚୋରା ମଦ ବେପାରୀ ।  ଶେଷରେ ପିକଅପ ଭ୍ୟାନକୁ କାବୁ କରିଥିଲା ଅବକାରୀ ବିଭାଗ । ଗତକାଲି ବିଳମ୍ବିତ ରାତିରେ ପିକଅପ ଭ୍ୟାନରେ ଚୋରା ଦେଶୀ ମଦ ଯାଉଥିବା ଖବର ପାଇଥିଲା ଆଠଗଡ଼ ଅବକାରୀ ବିଭାଗ ।

ବାଙ୍କୀ ନିକଟରେ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲେ ବାଙ୍କୀ ଓ ଆଠଗଡ଼ ଅବକାରୀ ବିଭାଗର କର୍ମଚାରୀ । ହେଲେ ପିକଅପ ଭ୍ୟାନଟି ନ ଅଟକି ଦ୍ରୁତ ଗତିରେ ପଳାଇଥିଲା ।  ପିଛା କରିବା ବେଳେ ମଦ ବୋଝେଇ ପିକପ୍ ଭ୍ୟାନ୍ ଡାଲାରୁ ମଦ ମାଫିଆମାନେ ମଦ ଭର୍ତ୍ତି ଜାର୍କିନ ଅବକାରୀ ବିଭାଗ ଗାଡ଼ି ଉପରକୁ ପକାଇ ଦୁର୍ଘଟଣା ଘଟାଇବାକୁ ଚେଷ୍ଟା କରିଥିଲେ ।

ପାଖାପାଖି ଚାରି ଘଣ୍ଟାର ଲୁଚକାଳି ଖେଳ ପରେ ତିଗିରିଆ ନୂଆପାଟଣା ଅଞ୍ଚଳର ଏକ ଜଙ୍ଗଲ ରାସ୍ତାରେ ରଖି ଦେଇ ଫେରାର ହୋଇ ଯାଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button