କ୍ରାଇମ

ବିବାହ ଦିନ କନ୍ୟା, ତାଙ୍କ ମା’ ଓ ଭଉଣୀଙ୍କୁ ହତ୍ୟା କରି ନିଜକୁ ଗୁଳି ମାରିଲା ବର – Utkal Mail


ନୂଆଦିଲ୍ଲୀ: ରକ୍ତରେ ଲାଲ ହୋଇଗଲା ବିବାହ ମଣ୍ଡପ। ସାଥି ହୋଇ ଜୀବନ ଆରମ୍ଭ କରିବା ପୂର୍ବରୁ ଶେଷ ହେଲା ସବୁ ସ୍ବପ୍ନ। ବିବାହ ଦିନ କନ୍ୟା ସହ ତାଙ୍କ ମା’ ଓ ଭଉଣୀଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜକୁ ଗୁଳି ମାରିଲା ବର। ଏହି ଘଟଣାଟି ଥାଇଲାଣ୍ଡରେ ଘଟିଥିବା ବେଳେ ବର ସମେତ ୫ଜଣକ ମୃତ୍ୟୁ ହୋଇଛି। ମୃତ ବରର ନାମ ଚତୁରୋଙ୍ଗ ସୁକସୁକ ଓ କନ୍ୟାଙ୍କ ନାମ କଞ୍ଚନା ପଚୁନଥୁଏକ୍ ‌ବୋଲି ଜଣାପଡ଼ିିଛି। ଘଟଣାଟି ନଭେମ୍ବର ୨୫ରେ ଘଟିଥିବା ବେଳେ ଏବେ ଏହା ସାମ୍ନାକୁ ଆସିଛି।

ତଦନ୍ତ କରୁଥିବା ପୁଲିସର କହିବା ମୁତାବକ, ଚତୁରୋଙ୍ଗ ଜଣେ ପୂର୍ବତନ ଯବାନ ଓ ପାରାଲିମ୍ପିକ୍ ଆଥଲେଟ୍ ଥିଲେ। ସେ ୪୪ବର୍ଷୀୟା କଞ୍ଚନାଙ୍କ ସହ ୩ବର୍ଷ ଲିଭ୍ ଇନରେ ରହିବା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ନଭେମ୍ବର ୨୫ରେ ଦୁହିଁଙ୍କର ବିବାହ ଥିଲା। ସବୁ ଅତିଥି ଆସିବା ପରେ ହଠାତ୍ ମଣ୍ଡପ ଛାଡ଼ି ଚାଲି ଯାଇଥିଲେ ଚତୁରୋଙ୍ଗ। ଏହା ପରେ ସେ ବନ୍ଧୁକ ଧରି ମଣ୍ଡପକୁ ଆସିଥିଲେ। କୌଣସି କଥାକୁ ନେଇ କଞ୍ଚନାଙ୍କ ସହ ଝଗଡ଼ା ଆରମ୍ଭ କରିବା ପରେ ରାଗରେ ସେ କଞ୍ଚନା, ତାଙ୍କ ମା’ ଓ ଭଉଣୀ ଏବଂ ୨ଜଣ ଅତିଥିଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହା ପରେ ସେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ଚତୁରୋଙ୍ଗ, କଞ୍ଚନା, ତାଙ୍କ ମା’ ଓ ଭଉଣୀ ଏବଂ ଜଣେ ଅତିଥିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଅତିଥି ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି।

ତେବେ କେଉଁ କାରଣ ପାଇଁ ଚତୁରୋଙ୍ଗ ଏଭଳି କଲେ ତାହାର ତଦନ୍ତ କରୁଛି ପୁଲିସ।




Related Articles

Leave a Reply

Your email address will not be published. Required fields are marked *

Back to top button