କ୍ରାଇମ

୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଧର୍ମଗଡ଼ ଉପ ଜିଲ୍ଲାପାଳ, ଯାଞ୍ଚ ବେଳେ ସରକାରୀ କ୍ୱାଟରରୁ ମିଳିଲା ଆଉ ୪୭ ଲକ୍ଷ ଟଙ୍କା

କଟକ : ଭିଜିଲାନ୍ସ ଜାଲରେ IAS ଅଫିସର । ଉକ୍ତ IAS ଅଫିସର ଧର୍ମଗଡ଼ ଉପ ଜିଲ୍ଲାପାଳ । ଜଣେ କ୍ରସର ମାଲିକଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଧର୍ମଗଡ଼ ଉପ ଜିଲ୍ଲାପାଳ ଧୀମାନ ଚକମା । ସ୍ଥାନୀୟ ବ୍ୟବସାୟୀ କ୍ରସର ମାଲିକଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ । ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବାକୁ ହୋଇଥିଲା ଡିଲ୍ । ଯାଞ୍ଚ ବେଳେ ମିଳିଛି ଆଉ ୪୭ ଲକ୍ଷ ଟଙ୍କା । ଏହି ଟଙ୍କା ତାଙ୍କ ସରକାରୀ କ୍ୱାଟରରୁ ଜବତ ହୋଇଛି । ମୋଟ ୫୭ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ । ୨୦୨୧ ବ୍ୟାଚର ଆଇଏଏସ ଅଧିକାରୀ ହେଉଛନ୍ତି ଧିମନ ଚକମା । ସେ କଳାହାଣ୍ଡି ଧର୍ମଗଡ଼ ଉପ ଜିଲ୍ଲାପାଳ ଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button