ଦେଶ ବିଦେଶ

୨୦୦୦ ଟଙ୍କିଆ ନୋଟ୍‌ ଛାପିବାକୁ କେତେ ହୋଇଥିଲା ଖର୍ଚ୍ଚ ? ସଂସଦରେ ଉତ୍ତର ରଖିଲେ ସରକାର

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୨୩ ମେ ୧୯ରେ, ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟକୁ ଫେରସ୍ତ ନେଇ ଘୋଷଣା କରିଥିଲେ। ଏହି ସମୟରେ ପ୍ରାୟ ୩.୫୬ ଲକ୍ଷ କୋଟି ଟଙ୍କାର ୨ ହଜାର ଟଙ୍କିଆ ନୋଟ୍ ବଜାରରେ ରହିଥିଲା। ତେବେ ୨୦୨୪ ଜୁଲାଇ ୩୧ ସୁଦ୍ଧା ପ୍ରାୟ ୯୭.୯୨ ପ୍ରତିଶତ ନୋଟ ବ୍ୟାଙ୍କକୁ ଫେରିଥିବାବେଳେ ଏବେ ମାତ୍ର ୭, ୪୦୯ କୋଟି ଟଙ୍କା ରହିଯାଇଛି।

ଅବଶ୍ୟ ଏବେବି ଏହା ଲିଗାଲ ଟେଣ୍ଡର ରହିଛି।

ହେଲେ ଏହି ୨୦୦୦ ଟଙ୍କିଆ ନୋଟ୍ ମୁଦ୍ରଣ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଥିଲା ? ଏବଂ ଏହାକୁ ନଷ୍ଟ କରିବାକୁ କେତେ ଟଙ୍କା ଖର୍ଚ୍ଚ ହୋଇଛି ଏହାର ତଥ୍ୟ ଦେଇଛନ୍ତି ସରକାର। ରାଜ୍ୟସଭାରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୦୦ ଟଙ୍କିଆ ନୋଟକୁ ନେଇ ତଥ୍ୟ ରଖିଛନ୍ତି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଜୁଲାଇ ୨୦୧୬ରୁ ଜୁନ୍ ୨୦୧୭ ଏବଂ ଜୁଲାଇ ୨୦୧୭ରୁ ଜୁନ ୨୦୧୮ ମଧ୍ୟରେ ସବୁ ପ୍ରକାରର ନୋଟ ଛାପିବା ପାଇଁ ୧୨,୮୭୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଅବଶ୍ୟ ସେ କହିଛନ୍ତି ଯେ, ୨୦୦୦ ଟଙ୍କା ନୋଟକୁ ଫେରସ୍ତ ପ୍ରକ୍ରିୟାରେ ଯେଉଁ ଖର୍ଚ୍ଚ ହୋଇଛି ତାହାକୁ ଅଲଗା ଭାବରେ ହିସାବ କରାଯାଇନାହିଁ।

ମୁଦ୍ରଣ ପାଇଁ କେତେ ହୋଇଥିଲା ଖର୍ଚ୍ଚ ?

ରାଜ୍ୟସଭା ସାଂସଦ ସନ୍ଦୀପ କୁମାର ପାଠକ, ଅର୍ଥ ମନ୍ତ୍ରୀଙ୍କୁ ୨୦୦୦ ଟଙ୍କିଆ ନୋଟର ମୁଦ୍ରଣ ଏବଂ ନଷ୍ଟ ପାଇଁ ହୋଇଥିବା ଖର୍ଚ୍ଚକୁ ନେଇ ପ୍ରଶ୍ନ ପଚାରିଥିଲେ। ଏହି ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି, ରିଜର୍ଭ ବ୍ୟାଙ୍କ ୩୭୦.୨ କୋଟି, ୨୦୦୦ ଟଙ୍କିଆ ନୋଟ୍ ଛାପିଥିଲା ଯାହାର ମୂଲ୍ୟ ୭.୪୦ ଲକ୍ଷ କୋଟି ଟଙ୍କା । ଅର୍ଥମନ୍ତ୍ରୀ ଆରବିଆଇ ତଥ୍ୟ ଆଧାରରେ କହିଛନ୍ତି ଯେ, ଜୁଲାଇ ୨୦୧୬ରୁ ଜୁନ ୨୦୧୭ ଏବଂ ଜୁଲାଇ ୨୦୧୭ରୁ ଜୁନ ୨୦୧୮ ମଧ୍ୟରେ ସବୁ ପ୍ରକାରର ନୋଟ୍ ଛାପିବାରେ ୭୯୬୫ କୋଟି ଟଙ୍କା ଏବଂ ୪୯୧୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଅର୍ଥାତ ସମୁଦାୟ ୧୨,୮୭୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।

ନଷ୍ଟ କରିବାକୁ ହୋଇଥିଲା କେତେ ଖର୍ଚ୍ଚ ?

ଅର୍ଥମନ୍ତ୍ରୀ କହିଛନ୍ତି ୧୦୦୦ଟି ୨୦୦୦ ଟଙ୍କିଆ ନୋଟ ଛାପିବା ପାଇଁ ୩୫୪୦ ଟଙ୍କା ଖର୍ଚ୍ଚ ହୋଇଥିଲା।ଅର୍ଥାତ ଗୋଟିଏ ୨ ହଜାର ଟଙ୍କିଆ ନୋଟ ଛାପିବାକୁ ୩.୫୪ ଟଙ୍କା ଖର୍ଚ୍ଚ ହୋଇଥିଲା। ଏହି ହିସାବରେ ୩୭୦୨ ମିଲିୟନ ନୋଟ ଛାପିବାକୁ ୧୩୧୦.୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button