ଅତିରିକ୍ତ ତହସିଲଦାରଙ୍କୁ କରିଲେ ମରଣାନ୍ତକ ଆକ୍ରମଣ, ମାଫିଆମାନେ ଭାଙ୍ଗି ଚୁରମାର କରିଲେ ଗାଡି

କପ୍ତିପଦା : ମାତିଲେ ମାଫିଆ । ଥାନା ସମ୍ମୁଖରେ ଅତିରିକ୍ତ ତହସିଲଦାରଙ୍କୁ ମାରିଲେ ଓ ଗାଡି ଭାଙ୍ଗିଲେ । ଅତିରିକ୍ତ ତହସିଲଦାରଙ୍କୁ କରିଲେ ମରଣାନ୍ତକ ଆକ୍ରମଣ । ଭାଙ୍ଗି ଚୁରମାର କରିଲେ ଗାଡି । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ସମ୍ମୁଖରେ । କପ୍ତିପଦା ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀ ଆଜି ସକାଳ ସମୟରେ ବେଆଇନ ଚୋରା ବାଲି ଚାଲାଣ ଧରପଗଡ଼ ପାଇଁ କାର୍ଯ୍ୟାଳୟରୁ ନିଜ କାର ଧରି ବାହାରିଯିବା ସମୟରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ମାଫିଆମାନେ ପ୍ରଥମେ ଅତିରିକ୍ତ ତହସିଲଦାରଙ୍କୁ ଅଟକାଇ ଧମକ ଦେଇଥିଲେ ।
ଏହା ପରେ ମାଫିଆମାନେ ତାଙ୍କୁ ଘେରି ଯିବାରୁ ସେଠାରୁ ଅତିରିକ୍ତ ତହସିଲଦାର ବାହାରି କପ୍ତିପଦା ଥାନା କୁ ଆସିଥିବା ବେଳେ କପ୍ତିପଦା ଥାନା ସମ୍ମୁଖରେ ୧୦ ରୁ ଅଧିକ ବାଲି ମାଫିଆ ଥାନା ସମ୍ମୁଖରେ ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଇଟା ଓ ପଥର ମାଡ଼ କରି ଭାଙ୍ଗି ଚୁରମାର କରିବା ସହିତ ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀଙ୍କ କଲର ଧରି ଘୋଷାରିବା ସହିତ ମାଡ଼ ମଧ୍ୟ ମାରିଥିଲେ।
ଥାନା ସମ୍ମୁଖରେ ଏଭଳି ଘଟଣା ଘଟାଇବା ପରେ ମାଫିଆମାନେ ଫେରାର ହୋଇଯାଇଥିଲେ । ସେପଟେ ଜୀବନ ପ୍ରତି ବିପଦ ଥିବା ଜାଣି ଅତିରିକ୍ତ ତହସିଲଦାର ଥାନାକୁ ଆସିଥିବା ବେଳେ ଥାନା ଗେଟ ବନ୍ଦ ଥିବାରୁ ମାଫିଆମାନେ ତାଙ୍କୁ ଆକ୍ରମଣ କରିଥିବା କହିଛନ୍ତି ଅତିରିକ୍ତ ତହସିଲଦାର।