ଓଡିଶା

ବଜେଟରେ ମନରେଗା ପାଣ୍ଠି ହ୍ରାସ ପାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ

ଭୁବନେଶ୍ୱର – ବଜେଟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ଆସିଛି । କିଛି କ୍ଷେତ୍ର ପାଇଁ ପାଣ୍ଠି ହ୍ରାସ ପାଇଥିବାରୁ ଚିନ୍ତା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଶେଷ କରି ମନରେଗା ପାଇଁ ପାଣ୍ଠି ଯଥେଷ୍ଟ ହ୍ରାସ ପାଇଛି । ଖାଦ୍ୟ ସୁରକ୍ଷା ସହ ଧାନ ସଂଗ୍ରହରେ ବଜେଟ ପାଣ୍ଠି ହ୍ରାସ ପାଇବା ଗରିବ ଓ ଚାଷୀକୁଳକୁ ବାଧିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷରେ ଧାନ ଓ ଅନ୍ୟ ଶସ୍ୟ ସଂଗ୍ରହ ପାଇଁ ୮୦ ହଜାର କୋଟି ବରାଦ ହୋଇଥିଲା, ଏଥର ମାତ୍ର ୬୦ ହଜାର କୋଟି ବରାଦ ହୋଇଛି । ଗତ ଆର୍ଥିକ ବର୍ଷରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ୨ ଲକ୍ଷ କୋଟି ବ୍ୟୟବରାଦ ହୋଇଥିଲା ।

କେନ୍ଦ୍ର ଅର୍ଥମନ୍ତ୍ରୀ ଚଳିତ ବଜେଟରେ ଏହାକୁ ୧.୩୭ ଲକ୍ଷ କୋଟିକୁ କମାଇଛନ୍ତି । ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ପାଣ୍ଠି ବରାଦ କମିଛି ଅବା ବଢ଼ିନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ବଜେଟରେ ମିଲେଟକୁ ପ୍ରୋତ୍ସାହନ ବ୍ୟବସ୍ଥା କରାଯାଇଥିବାରୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଆୟୁଷ୍ମାନ ଭାରତ ନେଇ ରାଜ୍ୟ ବିଜେପିକୁ କଟାକ୍ଷ କରିଛନ୍ତି ନବୀନ। କେବଳ ଓଡିଶାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଖର୍ଚ୍ଚ ବର୍ଷକୁ ୬ ହଜାର କୋଟି ହୋଇଥିବା ବେଳେ ସାରା ଦେଶ ପାଇଁ ଆୟୁଷ୍ମାନ ଭାରତ ବ୍ୟୟ ମାତ୍ର ୭୨୦୦ କୋଟି ରହିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button