ଓଡିଶା

ମୃତ୍ୟୁ ପରେ କିଡନୀ ଦାନ କରି ଅମର ହେଲେ ବିଶ୍ବଜିତ, ଅନ୍ୟ ମୁହଁରେ ଫୁଟାଇଲେ ହସ

କଟକ: ମୃତ୍ୟୁ ପରେ ବି ଅମର । ଅଙ୍ଗଦାନ କରି ଜୀବନ ବଞ୍ଚାଇଲେ ଯୁବକ । ଆଖି ବୁଜିବା ପରେ ଅନ୍ୟ କାହା ଘରେ ଫୁଟାଇଲେ ହସ । ମୃତ୍ୟୁ ପରେ ନିଜର କିଡନୀ ଦାନ କରି ଅମର ହେଲେ ଅନୁଗୁଳ ଜିଲ୍ଲାର ବିଶ୍ବଜିତ ଦାସ । ଗତ ୬ ଦିନ ତଳେ ଏକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଆଜି ଡାକ୍ତର ତାଙ୍କ ବ୍ରେନ୍ ଡେଡ ଘୋଷଣା କରିଥିଲେ । ପରେ ତାଙ୍କ ପରିବାର ଲୋକଙ୍କ ସହମତିରେ ଦୁଇଟି ଯାକ କିଡନୀ କଢାଯାଇଥିଲା । ଗୋଟିଏ ସେହି ଘରୋଇ ହସ୍ପିଟାଲରେ ପ୍ରତିରୋପଣ କରାଯାଇଥିବା ବେଳେ ଅନ୍ୟଟି କଟକ ଏସସିବି ମେଡିକାଲକୁ ଅଣାଯାଇଥିଲା । ଏସସିବି ମେଡିକାଲରେ ଜଗତସିଂହପୁର ଅଞ୍ଚଳର ସୁନିଲ୍ ନାୟକ ନାମକ ଜଣେ ଯୁବକଙ୍କ ଶରୀରରେ ଗୋଟିଏ କିଡନୀ ସଫଳ ପ୍ରତ୍ୟାରୋପଣ କରାଯାଇଅଛି । ସୁନିଲଙ୍କ ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଥିବା ବେଳେ ତାଙ୍କୁ ଦୀର୍ଘ ୫ ବର୍ଷ ହେଲା ଡାଏଲେସିସ ଚିକିତ୍ସା କରାଯାଉଥିଲା। ଏସସିବି ମେଡିକାଲର ନେଫ୍ରୋଲୋଜି ଓ ୟୁରୋଲୋଜି ବିଭାଗ ସହ ଆନେସ୍ଥେସିଆ ବିଭାଗର ଡାକ୍ତରଙ୍କ ସହଯୋଗରେ ଏହି ସଫଳ ପ୍ରତ୍ୟାରୋପଣ କରାଯାଇଅଛି  ।

ସତରେ ମୃତ୍ୟୁକୁ ରୋକିବା ଅସମ୍ଭବ । ହେଲେ କିଛି ମଣିଷ ଏମିତି କାମ କରନ୍ତି ଯେ ଚିରଦିନ ପାଇଁ ଲୋକଙ୍କ ହୃଦୟରେ ଛାପ ଛାଡ଼ି ଯାଆନ୍ତି । ଆଜି ଏ ଦୁନିଆ ଛାଡ଼ି ବିଶ୍ବଜିତ ଚାଲିଯାଇଛନ୍ତି ସତ କିନ୍ତୁ ଅନ୍ୟମାନଙ୍କୁ ଦେଇ ଯାଇଛନ୍ତି ଅମୂଲ୍ୟ ଉପହାର । ଅଙ୍ଗଦାନ ଭଳି ମହତ କାର୍ଯ୍ୟ କରି ଅମର ହୋଇ ଯାଇଛନ୍ତି ବିଶ୍ବଜିତ ।

Related Articles

Leave a Reply

Your email address will not be published. Required fields are marked *

Back to top button