ଓଡିଶା

କଲବଲ କରୁଛି ଅସହ୍ୟ ତାତି, ସକାଳ ୮ଟା ୩୦ ସୁଦ୍ଧା ୩୨ ଡିଗ୍ରୀ ଟପିଲା ତାତି

ଭୁବନେଶ୍ବର :  କଲବଲ କରୁଛି ଅସହ୍ୟ ଗୁଳୁଗୁଳି ସହ ତାତି । ଭୁବନେଶ୍ବରରେ ସକାଳ ୮ଟା ୩୦ ସୁଦ୍ଧା ୩୨ ଡିଗ୍ରୀ ଟପିଲା ତାତି । ଭୁବନେଶ୍ବରରେ ୮୧% ଆର୍ଦ୍ରତା ରେକର୍ଡ ହୋଇଛି । ଆସନ୍ତା ୨୪ ଘଣ୍ଟା ପାଇଁ ଅତ୍ୟନ୍ତ ଗୁଳୁଗୁଳି ଅନୁଭୂତ ହେବ । ପଶ୍ଚିମ ଓଡ଼ିଶାରେ ତାପମାତ୍ରା ପାଖାପାଖି ୪୩ ଡିଗ୍ରୀ ଛୁଇଁବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ସେପଟେ ଆଶ୍ବସ୍ତି ଆଣିବ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ । ଧୀରେ ଧୀରେ ଘନିଭୂତ ହଇ ଆସନ୍ତା ୧୩ ତାରିଖ ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ଏଥର ରଜରେ ମେଘୁଆ ପାଗ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୪ ତାରିଖରୁ ଧୀରେ ଧୀରେ ବର୍ଷାର ପରିମାଣ ବଢ଼ିପାରେ ।

Related Articles

Leave a Reply

Your email address will not be published. Required fields are marked *

Back to top button