ଭୟଙ୍କର ନିର୍ଯାତନା: ମଦ ପିଇବାକୁ ମନା କରିବାରୁ ଛାତ୍ରଙ୍କୁ ବେଲ୍ଟରେ ପିଟିଲେ

ଉଦ୍ୟମ କରି ନିଜ ଇଚ୍ଛାକୁ ଜଣେ ଶିକ୍ଷାର୍ଥୀଙ୍କ ଉପରେ ଲଦି ବିଫଳ ହେବା ପରେ କିଛି ଛାତ୍ର ଘଟାଇଛନ୍ତି ଅଭାବନୀୟ କାଣ୍ଡ। କଥା ନ ଶୁଣିବାରୁ ଛାତ୍ରମାନେ ତାଙ୍କୁ ଗୋଟିଏ ରୁମ ଭିତରେ ବନ୍ଦ କରି ଦେଇଛନ୍ତି ଭୟଙ୍କର ନିର୍ଯାତନା।
ତାଙ୍କୁ ବିଧା ଗୋଇଠା ମାରିବା ସହ ବେଲ୍ଟରେ ପିଟିଛନ୍ତି। ଛାତ୍ର ଜଣଙ୍କର ଅପରାଧ କ’ଣ ଜାଣିଛନ୍ତି କି?
ଆକ୍ରମଣକାରୀମାନେ ତାଙ୍କୁ ମଦ ପିଇବାକୁ କହିଥିଲେ ଓ ସେ ମନା କରିଥିଲେ। ବାସ୍ ଏଥିପାଇଁ ତାଙ୍କୁ ମିଳିଛି ଏପରି ଦଣ୍ଡ। ହିମାଚଳ ପ୍ରଦେଶର ଗୋଟିଏ ଘରୋଇ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ଏଭଳି କାଣ୍ଡ ଘଟାଇଛନ୍ତି।
ଛାତ୍ରଙ୍କ ଉପରେ ହୋଇଥିବା ଆକ୍ରମଣ କ୍ୟାମେରାରେ କଏଦ ହୋଇଛି। ପୀଡ଼ିତ ଛାତ୍ର କଲେଜରେ ପଡ଼ୁଥିବା ୫ ଜଣଙ୍କୁ ପୁଲିସ୍ ଏଥିପାଇଁ ଗିରଫ କରିଛି।
ଏଫଆଇଆର ଅନୁସାରେ, ୨୨ ବର୍ଷୀୟ ରଜତ କୁମାର ହେଉଛନ୍ତି ବହରା ବିଶ୍ୱବିଦ୍ୟାଳୟରେ ପ୍ରଥମ ବର୍ଷର ଏମବିଏ ଛାତ୍ର। ସେ ସୋଲାନ ଠାରେ ଥିବା ବିଶ୍ୱ ବିଦ୍ୟାଳୟର ହଷ୍ଟେଲରେ ରୁହନ୍ତି। ଶନିବାର ଦିନ ବିଶ୍ୱ ବିଦ୍ୟାଳୟର ଆଉ ୨ ଜଣ ଛାତ୍ର ରଜତଙ୍କୁ ଆଉ ଗୋଟିଏ ରୁମକୁ ଡାକିଥିଲେ। ହେଲେ ସେ ମନା କରିବାରୁ ତାଙ୍କୁ ରୁମ ଭିତରକୁ ଘୋଷାଡ଼ି ନେଇଥିଲେ।
ସେଠାରେ ପୂର୍ବରୁ ଆଉ କିଛି ଛାତ୍ର ରହିଥିଲେ। ସେମାନେ ମିଳିତ ଭାବେ ରଜତ କୁମାରଙ୍କୁ ମଦ ପିଇବାକୁ କହିଥିଲେ। ହେଲେ ସେ ମନା କରିବାରୁ ତାଙ୍କୁ ସମସ୍ତେ ମିଳିତ ଭାବେ ବିଧା ଓ ଗୋଇଠା ମାରିଥିଲେ। ତାଙ୍କୁ ବେଲ୍ଟରେ ମଧ୍ୟ ପିଟିଥିଲେ।
ମୋବାଇଲ ଫୋନରେ ପୂରା ଘଟଣାକୁ ରୁମରେ ଥିବା ଜଣେ ଛାତ୍ର ରେକର୍ଡ କରିଥିଲେ। ଏଥିରେ ଦେଖିବାକୁ ମିଳୁଛି ଯେ ରଜତ କୁମାର ଗୋଟିଏ ଚେୟାରରେ ବସିଛନ୍ତି। ଯେତେବେଳେ ଅଭିଯୋଗ ଶବ୍ଦ ଉଠିଥିଲା, ସାମ୍ନା ପଟେ ରହିଥିବା ଜଣେ ଛାତ୍ର ସିଧା ରଜତ କୁମାରଙ୍କ ପାଖକୁ ଯାଇଥିଲା ଓ ତାଙ୍କୁ ଚାପୁଡ଼ା ମାରିଥିଲା। ଏହି ସମୟରେ କୁମାରଙ୍କ କାନ୍ଧରେ ହାତ ପକାଇଥିବା ଜଣେ ପିଲା ଚାପୁଡ଼ା ମାରିଥିବା ଛାତ୍ରଙ୍କୁ ବସିବାକୁ କହିଥିଲା।