ଏସିଆ ପୂର୍ବରୁ ଦିନିକିଆରେ ନଂ୧ ଟିମ୍ ହେଲା ପାକିସ୍ତାନ, ଚାପରେ ରହିବ ଭାରତ – Utkal Mail
ମୁମ୍ବାଇ : ଶନିବାର ରାତିରେ ପାକିସ୍ତାନ ତୃତୀୟ ଦିନିକିଆରେ ଆଫଗାନିସ୍ତାନକୁ ୫୯ ରନ୍ ରେ ପରାସ୍ତ କରି ୩ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ କ୍ଲିନ୍ ସ୍ୱିପ୍ କରିଛି। ଏହା ସହ ବାବର ଆଜମଙ୍କ ଦଳ ଦିନିକିଆ ମାନ୍ୟତାରେ ବିଶ୍ୱର ଏକ ନମ୍ବର ଦଳ ପାଲଟିଛି।
ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୩-୦ରେ ଜିତିବା ପରେ ପାକିସ୍ତାନ ଏବେ ଦିନିକିଆ ମାନ୍ୟତାରେ ୨୭୨୫ ପଏଣ୍ଟ ଓ ୧୧୮ ରେଟିଂ ହାସଲ କରିଛି। ପାକିସ୍ତାନ ଦଳ ଆଇସିସି ଦିନିକିଆ ମାନ୍ୟତାର ଶୀର୍ଷରେ ପହଞ୍ଚିଛି। ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ର ୨୭୧୪ ପଏଣ୍ଟ ଓ ୧୧୮ ରେଟିଂ ରହିଛି । ସେହିପରି ଭାରତର ୪୦୮୧ ପଏଣ୍ଟ ଓ ୧୧୩ ରେଟିଂ ରହିଛି। ଦିନିକିଆ ମାନ୍ୟତାରେ ଟିମ୍ ଇଣ୍ଡିଆ ତୃତୀୟ ସ୍ଥାନରେ ରହିଛି।
ଆଗକୁ ଏସିଆ କପ ଥିବାରୁ ବିଶ୍ବର ନଂ୧ ମାନ୍ୟତା ପାକିସ୍ତାନ ଟିମର ମନୋବଳକୁ ବଢାଇବ । ସେହିପରି ଭାରତକୁ ମଧ୍ୟ ଏହା ଚାପରେ ରଖିବ । କାରଣ ପାକିସ୍ତାନ ଏବେ ଭଲ ଫର୍ମରେ ରହିଛି । ପାକିସ୍ତାନ ନିଜର ଗତ ୪ଟି ଦିନିକିଆ ସିରିଜ ଜିତିଛି । ଆଫଗାନିସ୍ତାନକୁ ୩-୦ରେ ହରାଇବା ପୂର୍ବରୁ ପାକିସ୍ତାନ ନ୍ୟୁଜିଲାଣ୍ଡକୁ ୨-୧ରେ ପରାସ୍ତ କରିଥିଲା । ଏସିଆ କପରେ ସେପ୍ଟେମ୍ବର ୨ରେ ଭାରତ ଓ ପାକିସ୍ତାନ ମୁକାବିଲା ହେବ ।