ଦେଶ ବିଦେଶ

ବୁଢା ବୟସରେ ବୋହୂ କୁ ବିବାହ କରିଲେ ଶ୍ଵଶୁର, ଭାଇରାଲ ହେଲା Video… କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ପୁଅ ପାଇଁ ଯାହାକୁ ବାଛିଥିଲେ, ଘରର ଲକ୍ଷ୍ମୀ କରି ଯାହାକୁ ଆଣିଥିଲେ ଉପହାର ଦେଇ ଯାହାକୁ ଦୁହିତା ଭାବେ ଗ୍ରହଣ କରିଥିଲେ ଶେଷରେ ତାକୁ ମନ୍ଦିର ରେ ବିବାହ କରି ସ୍ତ୍ରୀ ଭାବେ ସ୍ବୀକୃତି ଦେଇଛନ୍ତି ଜଣେ 70 ବର୍ଷୀୟ ବୁଢା । ବୁଢା ବୟସରେ 28 ବର୍ଷୀୟା ପୁତ୍ର ବଧୁ କୁ ବାହା ହୋଇ ଏବେ ଚର୍ଚ୍ଚା କୁ ଆସିଛନ୍ତି ଉତ୍ତର ପ୍ରଦେଶ ର ଗୋରଖପୁର ଅଞ୍ଚଳର କୈଳାସ ଯାଦବ ।

ହଁ ଦର୍ଶକ ବନ୍ଧୁ ଏହି କଥା ଋ ଶୁଣିବାକୁ ଅଜବ ଲାଗୁଥିଲେ ବି ସତ । ଗଜବ କି ଗୁଜବ ଭଳି ମନେ ହେଉଥିଲେ ବି ସୋସିଆଲ ମିଡିଆରେ ଏବେ ଗତ କିଛି ସମୟ ହେବ ବୁଢା ବରକୁ କନିଆ ର ବିବାହ ବେଳର ଫୋଟୋ ନିଆଁ ଲଗାଇ ଦେଇଛି । ଏହି ଭିଡିଓ ଭାଇରାଲ ହେବା ପରେ ୟୁଜର୍ସ ମାନେ ନାନା ପ୍ରକାରର ପ୍ରତିବାଦ କରିବା ସହ କମେଣ୍ଟ ମଧ୍ୟ ଦେଉଛନ୍ତି ।

ଇଣ୍ଟର ନେଟ ୟୁଜର୍ସ ଙ୍କ ମଧ୍ୟରେ ଏହି ଖବର କୌତୁହଳ ପ୍ରକାଶ କରୁଥିବା ବେଳେ ନିଜ ପୁତ୍ର ବଧୁ ଙ୍କୁ ପୁନଃ ବିବାହ କରି ଜୀବନ ସାଥି ଭାବେ ରହଣ କରିଛନ୍ତି କୈଳାସ ଯାଦବ । ସବୁଠାରୁ ବଡ କଥା ହେଉଛି ଏହି ବିବାହ ଦୁହିଙ୍କର ସହମତି ପରେ ହୋଇଛି । ସୂଚନା ଅନୁଯାୟୀ ଏଥିରେ ବୋହୂ ମଧ୍ୟ ଖୁସି ଅଛନ୍ତି । ପରିବାର, ସମାଜ କାହାକୁ ଖାତିର ନ କରି ବୋହୂ ଶ୍ଵଶୁର କୁ ବିବାହ କରିବା ପାଇଁ ନିସ୍ପତି ନେଇଥିଲେ ।

କଥା ଟି ଶୁଣିବା ପରେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ୍ୟ ଅଟେ । ଏଠାରେ ପ୍ରଶ୍ନ ଉଠୁଛି କି ଏମିତି କଣ ପରିସ୍ଥିତି ହେଲା ଯେ ଶ୍ଵଶୁର ଙ୍କୁ ବାହା ହେବା ପାଇଁ ବୋହୂ ନିସ୍ପତି ନେଲେ । ବଡହାଲ ମୋତିବାଲି ଅଞ୍ଚଳର ଛପିଆ କୈଳାସ ଯାଦବ 12 ବର୍ଷ ପୂର୍ବେ ନିଜ ସ୍ତ୍ରୀ ଙ୍କୁ ହ-ରା-ଇ ଥିଲେ । କୈଳାସ ଙ୍କର 4ଟି ପିଲା ଥିବା ବେଳେ 3 ନମ୍ବର ପୁଅର ମୃ-ତ୍ୟୁ ପରେ ସ୍ତ୍ରୀ ପୂଜା ଏକାକୀ ହୋଇ ଯାଇଥିଲେ ।

କିଛି ଲୋକଙ୍କ କହିବା ଅନୁଯାୟୀ ସ୍ବାମୀଙ୍କ ମୃ-ତ୍ୟୁ ପରେ ପରିବାର ଲୋକ ଅନ୍ୟତ୍ର ପୂଜା ଙ୍କ ବିବାହ କରାଇ ଥିଲେ । ହେଲେ ତାଙ୍କୁ ସେହି ଘର ଓ ପରିବାର ପସନ୍ଦ ଆସି ନ ଥିଲା ତେଣୁ ସେ ପୁଣି ତାଙ୍କର ସ୍ଵାମୀଙ୍କ ଘରକୁ ଫେରିଥିଲେ । ଏହା ପରେ ୱାସୁର କୈଳାସ ଙ୍କୁ ବିବାହ କରିବା ଲାଗି ପୂଜା ନିସ୍ପତି ନେଇଥିଲେ ।

ବଡହାଲ ସ୍ଥାନର ଚୌକିଦାର କୈଳାସ ଯାଦବ ଗାଁ ଲୋକ ଓ ପରିବାର ଲୋକଙ୍କ ଉପସ୍ଥିତିରେ ବୋହୂ ପୂଜା ଙ୍କ ସହ ସାତ ଫେରା ନେଇଥିଲା । ଦୁହିଙ୍କର ସହମତି କ୍ରମେ ଏହି ବିବାହ କରା ଯାଇଛି । ସେପଟେ ଏହି ବିବାହ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି । କାରଣ ବୋହୂ ଓ ଶ୍ଵଶୁର ସମାଜ, ପରିବାର କାହାକୁ ଖାତିର ନ କରି ବିବାହ କରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button