ମନୋରଞ୍ଜନ

‘ଯବାନ’ ନିର୍ଦ୍ଦେଶକ ଅଟଲି ମୋତେ କଥା ଦେଇ ରଖିନଥିଲେ, ସେ ମୋତେ ଠକିଛନ୍ତି: ପ୍ରିୟାମଣି – Utkal Mail


ମୁମ୍ବାଇ: ସେପ୍ଟେମ୍ବର ୭ରେ ରିଲିଜ୍ ହୋଇଥିଲା ଫିଲ୍ମ ‘ଯବାନ’। ରିଲିଜ୍ ହେଉ ହେଉ ଫିଲ୍ମର ଯାଦୁ ଦର୍ଶକଙ୍କ ଉପରେ ପଡ଼ିିଥିବା ଦେଖିବାକୁ ମିଳିଥିଲା। ଶାହାରୁଖ ଖାନଙ୍କ ଚଳଚ୍ଚିତ୍ର ପ୍ରଥମ ଦିନରେ ବିଶ୍ୱରେ ୧୨୦ କୋଟିରୁ ଅଧିକ ବେପାର କରିବ ବୋଲି ବିଶେଷଜ୍ଞମାନେ ଆକଳନ କରିଥିଲେ । ଯଦି ଏହିଭଳି ଦର୍ଶକଙ୍କ ଭଲପାଇବା ମିଳିଲା ତେବେ ଫିଲ୍ମଟି ଖୁବଶୀଘ୍ର ୧୦୦୦କୋଟି କ୍ଲବରେ ସାମିଲ ହେବ ବୋଲି କୁହାଯାଉଥିଲା। ଏବେ ଫିଲ୍ମର ଆୟ ଦେଖି ବିଶେଷଜ୍ଞଙ୍କ ଆକଳନ ସତ ବୋଲି ପ୍ରମାଣ ହୋଇଛି। ଫିଲ୍ମର ଆୟ ବିଶ୍ବବକ୍ସ ଅଫିସର ଆୟକୁ ମିଶାଇ ୫୦୦କୋଟି ପାର କରିଛି।

ତେବେ ଫିଲ୍ମଟି ଭଲ ଆୟ କରୁଥିବା ବେଳେ ‘ଯବାନ’ରେ ନଜର ଆସିଥିବା ଜଣାଶୁଣା ଅଭିନେତ୍ରୀ ପ୍ରିୟାମଣି ନିର୍ଦ୍ଦେଶକ ଅଟଲିଙ୍କ ଉପରେ ଠକାମିର ଆରୋପ ଲଗାଇଛନ୍ତି। ସେ କହିଛନ୍ତି ଅଟଲି ମୋତେ କଥା ଦେଇ କଥା ରଖିନଥିଲେ। ଏକ ସାକ୍ଷାତକାରରେ ପ୍ରିୟାମଣି କହିଛନ୍ତି, “ସୁଟିଂ ସମୟରେ ମୋତେ ଅଟଲି କହିଥିଲେ ଯେ ଥଲପତି ବିଜୟ ଫିଲ୍ମ ଯବାନରେ କେମିଓ କରିବେ। ଏହା ଶୁଣି ମୁଁ କହିଥିଲି ତାଙ୍କ ସହ ମୋର କିଛି ଦୃଶ୍ୟ ରଖିବ। ଏହା ଶୁଣି ଅଟଲି ହଁ ଭରିଥିଲେ। ହେଲେ ପରେ ଜଣାପଡ଼ିଥିଲା ବିଜୟ ଫିଲ୍ମ ସହ ଯୋଡି ହେବେ ନାହିଁ । ଏହା ଜାଣିବା ପରେ ମୁଁ ଅଟଲି ସାରଙ୍କୁ କହିଥିଲି, ଆପଣ ମୋତେ ଠକିଦେଲେ। ତେବେ ପ୍ରିୟାମଣି ମଜାକରେ ଏଭଳି କହିଥିବା  ଜଣାପଡ଼ିଛି ।”




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button