କ୍ରାଇମ

ମଜାଦାର କମେଣ୍ଟ ପଢ଼ିବା ପାଇଁ ବିବାହ ପୂର୍ବରୁ ପ୍ରେମିକାର ଫଟୋ ଅଶ୍ଲୀଳ କରି ସେୟାର କଲା ପ୍ରେମିକ – Utkal Mail


ବେଙ୍ଗାଲୁରୁ: ମଜାଦାର କମେଣ୍ଟ ପଢ଼ିବା ପାଇଁ ବିବାହ ପୂର୍ବରୁ ପ୍ରେମିକାର ଫଟୋ ଅଶ୍ଲୀଳ କରି ସେୟାର କଲା ପ୍ରେମିକ।ବେଙ୍ଗାଲୁରୁରେ ଘଟିଛି ଏଭଳି ଘଟଣା। ପୂରା ଘଟଣା ସାମ୍ନାକୁ ଆସିବା ପରେ ଏବେ ପୁଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି। ଦୁହିଁଙ୍କ ସମ୍ପର୍କ ଦଶମ ଶ୍ରେଣୀରୁ ଆରମ୍ଭ ହୋଇଥିବା ବେଳେ କିଛି ମାସ ପରେ ଦୁହେଁ ବିବାହ କରିବାକୁ ଯୋଜନା କରିଥିଲେ। ହେଲେ ପ୍ରେମିକ ଏଭଳି କିଛି କରିବ ବୋଲି ପୀଡ଼ିତା ସ୍ବପ୍ନରେ ସୁଧା ଭାବି ନଥିଲେ। ଅଭିଯୁକ୍ତର ନାମ ସଞ୍ଜୟ କୁମାର ବୋଲି ଜଣାପଡ଼ିଥିବା ବେଳେ ସେ ତାମିଲନାଡୁର ଭେ‌ଲୋରରେ ରହୁଥିବା ଜଣାପଡ଼ିଛି।

ପୁଲିସର କହିବା ମୁତାବକ, ସଞ୍ଜୟ ନିଜ ପ୍ରେମିକାଙ୍କ ଫଟୋ ଏଡିଟ୍ କରି ଅଶ୍ଲୀଳ କରିବା ସହ ଏହାକୁ ସୋସିଆଲ ମିଡିଆରେ ସେୟାର କରିଥିଲେ। ଲୋକେ ଫଟୋରେ କ’ଣ ମଜାଦାର କମେଣ୍ଟ ଦେଉଛନ୍ତି, ତାହା ଦେଖିବା ପାଇଁ ଅଭିଯୁକ୍ତ ଏଭଳି କରିଥିଲେ। ଫଟୋ ଭାଇରାଲ ହେବାରୁ ସଞ୍ଜୟ ନି‌ଜ ପ୍ରେମିକାଙ୍କ ସହ ଏହାର ଅଭିଯୋଗ କରିବାକୁ ପୁଲିସ ପାଖକୁ ଯାଇଥିଲେ। ଏତଲା ରୁଜୁ କରିବା ସହ ପ୍ରଥମେ ସୋସିଆଲ ମିଡିଆରୁ ଫଟୋ ହଟାଇଥିଲା ପୁଲିସ। ଏହା ପରେ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ପରେ ପୀଡ଼ିତାଙ୍କ ପ୍ରେମିକ ଏଭଳି କରିଥିବା ଜାଣି ପୁଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା।

କେବଳ ପ୍ରେମିକା ନୁହେଁ ସଞ୍ଜୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ଫଟୋ ମଧ୍ୟ ଏଡିଟ୍ କରି ପୋଷ୍ଟ କରିଥିଲେ ବୋଲି ପୁଲିସ କହିଛି।




Related Articles

Leave a Reply

Your email address will not be published. Required fields are marked *

Back to top button