ଦେଶ ବିଦେଶ

୪ ଦେଶଙ୍କ ପାଖରେ ଆମେରିକା ଉପରେ ଆକ୍ରମଣ କରିବା କ୍ଷମତା

ୱାଶିଂଟନ୍: ଆମେରିକା ଏବଂ ପାକିସ୍ଥାନ ମଧ୍ୟରେ ସମ୍ପର୍କ ବହୁତ ଭଲ ରହିଛି। ୧୯୭୧ ମସିହାରେ ଭାରତ ସହିତ ଯୁଦ୍ଧ ସମୟରେ ଆମେରିକା ମଧ୍ୟ ନିଜର ନୌସେନାକୁ ପାକିସ୍ତାନକୁ ସାହାଯ୍ୟ କରିବାକୁ ପଠାଇଥିଲା। କିନ୍ତୁ ବର୍ତ୍ତମାନ ଆମେରିକା ଅଭିଯୋଗ କରିଛି ଯେ, ପାକିସ୍ତାନ ଏଭଳି କ୍ଷେପଣାସ୍ତ୍ର ତିଆରି କରୁଛି ଯାହା ଆମେରିକାର ମାଟି ଉପରେ ଆକ୍ରମଣ କରିବାକୁ ସକ୍ଷମ।

ପେଣ୍ଟାଗନ୍‌ର ଆକଳନ ଅନୁଯାୟୀ ପାକିସ୍ତାନ ସେସବୁ ଦେଶ ତାଲିକାରେ ଯୋଗଦେବାକୁ ଉଦ୍ୟମ କରୁଛି ଯେଉଁମାନେ ଆମେରିକାର ମାଟି ଉପରେ ଆକ୍ରମଣ କରିବାକୁ ସକ୍ଷମ। ବର୍ତ୍ତମାନ ସୁଦ୍ଧା କେବଳ ରୁଷିଆ, ଉତ୍ତର କୋରିଆ ଏବଂ ଚୀନ୍ ଆମେରିକା ଉପରେ ଆକ୍ରମଣ କରିବାର କ୍ଷମତା ରଖିଛନ୍ତି। ଏବେ ପାକିସ୍ତାନ ସେହି ତାଲିକାରେ ଯୋଗଦେବାକୁ ଯାଉଥିବା ଆମେରିକା ଅଭିଯୋଗ କରିଛି।

ପାକିସ୍ତାନର ଦୀର୍ଘ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଆମେରିକାର ସ୍ୱାର୍ଥ ବିରୁଦ୍ଧ ଅଟେ। ଏହି କାରଣରୁ ଆମେରିକା ପ୍ରଥମ ଥର ପାଇଁ ପାକିସ୍ତାନ ସରକାରଙ୍କ ନ୍ୟାସନାଲ ଡେଭଲପମେଣ୍ଟ କମ୍ପ୍ଲେକ୍ସ ଏବଂ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ସହ ଜଡିତ ତିନୋଟି କମ୍ପାନି ଉପରେ ପ୍ରତିବନ୍ଧକ ଲଗାଇଛି। ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପାଇଁ ସହାୟତା ଉପକରଣ ଅନ୍ତର୍ଗତ ଲଞ୍ଚ ଲାଗି ଆବଶ୍ୟକ ବିଶେଷ ଯାନବାହାନ ଚେସିସ୍ ସମେତ ପାକିସ୍ତାନ ଦୀର୍ଘ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ଏନଡିସି ସାମଗ୍ରୀ ହାସଲ କରିବାକୁ ଚେଷ୍ଟା କରିଛି।

ଆମେରିକାର ପ୍ରିନ୍ସିପାଲ୍ ଡେପୁଟି ନ୍ୟାସନାଲ ସିକ୍ୟୁରିଟି ପରାମର୍ଶଦାତା ଜନ୍ ଫିନର୍ ଅନ୍ତର୍ଜାତୀୟ ଶାନ୍ତି ଇଭେଣ୍ଟରେ କାର୍ନେଜି ଏଣ୍ଡୋମେଣ୍ଟରେ ପାକିସ୍ତାନର କ୍ଷେପଣାସ୍ତ୍ର କାର୍ଯ୍ୟକଳାପକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଫିନରଙ୍କ ଅନୁଯାୟୀ, ‘ଯଦି ଏହି ଧାରା ଅବ୍ୟାହତ ରହେ, ତେବେ ପାକିସ୍ତାନ ଆମେରିକା ସମେତ ଦକ୍ଷିଣ ଏସିଆର ଯେକୌଣସି ସ୍ଥାନରେ ଆକ୍ରମଣ କରିବାର କ୍ଷମତା ପାଇବ, ଯାହା ପାକିସ୍ତାନର ଉଦ୍ଦେଶ୍ୟ ଉପରେ ପ୍ରକୃତ ପ୍ରଶ୍ନ ଉଠାଇବ।

ସେ କହିଛନ୍ତି, ରୁଷିଆ, ଉତ୍ତର କୋରିଆ ଏବଂ ଚୀନ୍ ଭଳି ଅଳ୍ପ କେତେକ ଦେଶରେ ଆଣବିକ ଅସ୍ତ୍ରଶସ୍ତ୍ର ତଥା କ୍ଷେପଣାସ୍ତ୍ର କ୍ଷମତା ରହିଛି ଯାହା ଆମେରିକାକୁ ସିଧାସଳଖ ଟାର୍ଗେଟ କରାଯାଇପାରେ। ପାକିସ୍ତାନର କାର୍ଯ୍ୟକଳାପକୁ ନେଇ ଆମେରିକାର ଚିନ୍ତା ବଢ଼ାଇଛି। ଆମେରିକା ପାଇଁ ପାକିସ୍ତାନ ଏକ ବିପଦ ସାଜିଛି।

Related Articles

Leave a Reply

Your email address will not be published. Required fields are marked *

Back to top button