ଓଡିଶା

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୮ ବର୍ଷ ବୟସ୍କା ସିଂହୀ ରେୱାର ମୃତ୍ୟୁ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୮ ବର୍ଷ ବୟସ୍କା ସିଂହୀ ରେୱା ଆଖି ବୁଜିଛି। ପ୍ରସବକାଳୀନ ଅସୁସ୍ଥତା ହେତୁ ତାର ମୃତ୍ୟୁ ହୋଇଥିବା କୁହାଯାଉଛି।

୭ ବର୍ଷ ବୟସରେ ରେୱାକୁ ୨୦୨୦ ୨୦ ଡିସେମ୍ବର ୨୦ ତାରିଖରେ ମଧ୍ୟପ୍ରଦେଶର ଇନ୍ଦୋରର କମଲା ନେହେରୁ ପ୍ରାଣୀ ଉଦ୍ୟାନରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇଥିଲା। ଗତ ୨୫ ତାରିଖ ଶନିବାର ଦିନ ରେୱା ୩ୟ ଥର ପାଇଁ ମାତୃତ୍ୱ ଲାଭ କରିଥିଲା। ସିଂହୀ ରେୱା ତିନି ଛୁଆ ଜନ୍ମ ଦେଇଥିଲା । ପ୍ରଥମ ଛୁଆଟି ସକାଳ ୯ ଟା ୩୩ ମିନିଟରେ ଜନ୍ମ ହୋଇଥିବା ବେଳେ ତାର ମୃତ୍ୟୁ ଘଟିଥିଲା । ତେଣେ ଦ୍ୱିତୀୟ ଶାବକଟି ୩ ଟା ୫୮ ମିନିଟରେ ଏବଂ ତୃତୀୟ ଶାବକଟି ୫ଟା ୫୬ ମିନିଟରେ ଜନ୍ମ ହୋଇଥିଲା । ଉଭୟ ଛୁଆଙ୍କୁ ରେୱା ଆପଣାଇଲା ନାହିଁ । ୨୬ ତାରିଖରେ ମାତୃତ୍ବକୁ ନେଇ ସିଂହୀ ରେୱାର ଶରୀରରେ ଜଟିଳତା ଦେଖା ଦେଇଥିଲା। ଏହାପରେ ଆଜି ସକାଳେ ତାର ପ୍ରାଣହାନି ଘଟିଛି।
ସୂଚନା ଅନୁଯାୟୀ, ୭ ବର୍ଷ ବୟସରେ ରେୱାକୁ ୨୦୨୦ ୨୦ ଡିସେମ୍ବର ୨୦ ତାରିଖରେ ମଧ୍ୟପ୍ରଦେଶର ଇନ୍ଦୋରର କମଲା ନେହେରୁ ପ୍ରାଣୀ ଉଦ୍ୟାନରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇଥିଲା। ଗତ ୨୫ ତାରିଖ ଶନିବାର ଦିନ ରେୱା ୩ୟ ଥର ପାଇଁ ମାତୃତ୍ୱ ଲାଭ କରିଥିଲା। ସିଂହୀ ରେୱା ତିନି ଛୁଆ ଜନ୍ମ ଦେଇଥିଲା । ପ୍ରଥମ ଛୁଆଟି ସକାଳ ୯ ଟା ୩୩ ମିନିଟରେ ଜନ୍ମ ହୋଇଥିବା ବେଳେ ତାର ମୃତ୍ୟୁ ଘଟିଥିଲା । ତେଣେ ଦ୍ୱିତୀୟ ଶାବକଟି ୩ ଟା ୫୮ ମିନିଟରେ ଏବଂ ତୃତୀୟ ଶାବକଟି ୫ଟା ୫୬ ମିନିଟରେ ଜନ୍ମ ହୋଇଥିଲା । ଉଭୟ ଛୁଆଙ୍କୁ ରେୱା ଆପଣାଇଲା ନାହିଁ । ୨୬ ତାରିଖରେ ମାତୃତ୍ବକୁ ନେଇ ସିଂହୀ ରେୱାର ଶରୀରରେ ଜଟିଳତା ଦେଖା ଦେଇଥିଲା। ଏହାପରେ ଆଜି ସକାଳେ ତାର ପ୍ରାଣହାନି ଘଟିଛି। ତେବେ ଦୁଇ ଶାବକଙ୍କୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଉଭୟଙ୍କର ଚିକିତ୍ସା ଚାଲିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button