ଓଡିଶା

ଜେଇ ସିଭିଲ ମେନ୍ ପରୀକ୍ଷା ରଦ୍ଦ କଲା ଓଏସଏସସି

ଭୁବନେଶ୍ୱର – ଜେଇ ସିଭିଲ ମେନ୍‌ ପରୀକ୍ଷା ରଦ୍ଦ କରିଛି ଓଡ଼ିଶା ଷ୍ଟାଫ ସିଲେକସନ୍ କମିଶନ। ଗତ ୧୬ ତାରିଖରେ ଜେଇ ସିଭିଲ ମେନ୍ ପରୀକ୍ଷା ହୋଇଥିଲା। ପରୀକ୍ଷା ରଦ୍ଦ ହୋଇଥିବା ନେଇ ଓଏସଏସସି ଅଧ୍ୟକ୍ଷ ଅଭୟ ଟୁଇଟ୍ କରି ସୂଚନା ଦେଇଛନ୍ତି। ବାଲେଶ୍ୱର ଏସ୍‌ପିଙ୍କ ରିପୋର୍ଟ ଅନୁସାରେ ଗତ ୧୬ ତାରିଖରେ ହୋଇଥିବା ପରୀକ୍ଷା ରଦ୍ଦ କରାଯାଇଛି । ସେପ୍ଟେମ୍ବର ୩ ତାରିଖରେ ପୁଣି ଜେଇ ସିଭିଲ ପରୀକ୍ଷା ହେବ ବୋଲି ଓଏସଏସସି ପକ୍ଷରୁ କୁହାଯାଇଛି। ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଯାଇଥିଲା । ବାଲେଶ୍ବର ଏସପି ସାଗରିକା ନାଥ ଏହାର ତଦନ୍ତ କରି ରିପୋର୍ଟ ଦେଇଥିଲେ । ସେହି ରିପୋର୍ଟ ଭିତ୍ତିରେ ପରୀକ୍ଷା ରଦ୍ଦ ହୋଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button