ଓଡିଶା

ଭୁବନେଶ୍ବର ଡମଣା ଛକରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା, ଡିଭାଇଡରରେ ପିଟିହୋଇ ସ୍କୁଟିକୁ ଧକ୍କା ଦେଲା କାର୍

ଭୁବନେଶ୍ବର : ରାଜଧାନୀରେ ପୁଣି ଦୁର୍ଘଟଣା । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ଡମଣା ଛକରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଡିଭାଇଡରରେ ପିଟିହୋଇ ସ୍କୁଟିକୁ ଧକ୍କା ଦେଲା କାର୍ । ନନ୍ଦନକାନନ ଆଡୁ ଜୟଦେବ ବିହାର ଆଡ଼କୁ ଆସୁଥିବା ଏକ କାର୍ ଆସି ଡମଣା ଛକରେ ଥିବା ଲାଇଟ୍ ପୋଷ୍ଟରେ ପିଟି ହୋଇଯାଇଥିଲା ।

ଏହାପରେ ଏକ ସ୍କୁଟିକୁ ଧକ୍କା ଦେଇଥିଲା ।

ଏଥିରେ ଥିବା ସ୍ବାମୀ ଓ ସ୍ତ୍ରୀ ଦୁଇ ଜଣ ଆହତ ହୋଇଥିଲେ । ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଗାଡ଼ି ଜବତ କରି ଚନ୍ଦ୍ରଶେଖରପୁର ଥାନା ପୋଲିସର ତଦନ୍ତ ଜାରି ରହିଛି

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button