ଓଡିଶା

ଦାରିଙ୍ଗବାଡ଼ି: ନଦୀରେ ଭାସିଗଲେ ପର୍ଯ୍ୟଟକ

ଫୁଲବାଣୀ: ପର୍ଯ୍ୟଟନ ଋତୁରେ ରାଜ୍ୟର ଅନ୍ୟତମ ପ୍ରମୁଖ ଟୁରିଷ୍ଟ ସ୍ପଟ୍ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ଘଟିଛି ଅଘଟଣ। ରବିବାର ଦାରିଙ୍ଗବାଡ଼ି ଲଭର୍ସ ପଏଣ୍ଟ ଦୁଡୁବାଡ଼ା ନଦୀର ପ୍ରଖର ସୁଅରେ ପୁରୀରୁ ଆସିଥିବା ଦୁଇ ଜଣ ପର୍ଯ୍ୟଟକ ଭାସିଯାଇଥିଲେ। ତେବେ ସ୍ଥାନୀୟ ଲୋକ ଜଣକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ମଧ୍ୟ ଅନ୍ୟ ଜଣଙ୍କ ପତ୍ତା ମିଳୁନି। ଡିସେମ୍ବର ମାସ ତୃତୀୟ ରବିବାର ଛୁଟି ଦିନରେ ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ଗହଳି ଜମିଥିଲା। ପୁରୀରୁ କିଛି ପର୍ଯ୍ୟଟକ ଦାରିଙ୍ଗବାଡ଼ିର ଦୁହୁବାଡ଼ି ଭ୍ରମଣ ସକାଶେ ଆସିଥିଲେ। ୨ ଜଣ ପର୍ଯ୍ୟଟକ ନଦୀରେ ଗାଧୋଉଥିବା ବେଳେ ଗୋଡ଼ ଖସିଯିବାରୁ ଭାସି ଯାଇଥିଲେ। ପର୍ଯ୍ୟଟକଙ୍କ ପରିଚୟ ମିଳିପାରିନାହିଁ। ସ୍ଥାନୀୟ ଲୋକଙ୍କ ସମେତ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button