କ୍ରାଇମ

ମୁସଲିମ ଯୁବତୀଙ୍କୁ ବିବାହ କରିବା ପଡ଼ିଲା ଭାରୀ, ଜବରଦସ୍ତ କରାଇଲେ ଧର୍ମ ପରିବର୍ତ୍ତନ – Utkal Mail


କାନପୁର: ମୁସଲିମ ଯୁବତୀଙ୍କୁ ବିବାହ କରିବା ପଡ଼ିଲା ଭାରୀ। ଜବରଦସ୍ତ କରାଇଲେ ଧର୍ମ ପରିବର୍ତ୍ତନ। ହିନ୍ଦୁ ରୀତିନୀତିରେ ବିବାହ କରିବା ପରେ ବି ଯୁବକଙ୍କୁ ଇସଲାମ ଗ୍ରହଣ କରାଇଲେ ମୌଲବୀଙ୍କ ପରିବାର। ଉତ୍ତରପ୍ରଦେଶର କାନପୁରରେ ଜଣେ ଯୁବକ ଅଭିଯୋଗ କରିଛନ୍ତି ଯେ, ପ୍ରେମିକା ସହ ହିନ୍ଦୁ ରୀତିନୀତିରେ ତାଙ୍କର ପ୍ରେମ ବିବାହ ହୋଇଥିଲା। କିନ୍ତୁ ପରେ ପ୍ରେମିକାର ପରିବାର ତାଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ଚାପ ପକାଇବାକୁ ଲାଗିଲେ।

ସୂଚନାନୁସାରେ, ଏହି ଘଟଣା ଚୌବେପୁର ଅଞ୍ଚଳର ନାଥପୁର ଗ୍ରାମରେ ଘଟିଛି। ଯୁବକ ଅଙ୍କିତ ଓ ଯୁବତୀ ଫରିନା ଗୋଟିଏ ଗାଁର ବାସିନ୍ଦା ଏବଂ ପଡ଼ୋଶୀ ଅଟନ୍ତି। ଦୀର୍ଘ ଦିନ ଧରି ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ନିକଟରେ ସେମାନେ ମନ୍ଦିରରେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। କିନ୍ତୁ କିଛି ଦିନ ପରେ ଅଙ୍କିତଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା ​​ଯେଉଁଥିରେ ସେ, ଫରିନାଙ୍କ ସହ ନିକାହ କରୁଥିବା ଦେଖିବାକୁ ମିଳିଥିଲା। ଏନେଇ ବିବାଦ ହେବାରୁ ପରେ ଯୁବକଜଣକ କହିଥିଲେ ଯେ ଫରିନାଙ୍କ ପରିବାର ସଦସ୍ୟ ତାଙ୍କର ଜବରଦସ୍ତ ଧର୍ମ ପରିବର୍ତ୍ତନ କରି ନିକାହ କରିବାକୁ କହିଥିଲେ। ଏବେ ସେ ଏନେଇ ପୁଲିସରେ ଅଭିଯୋଗ କରିଛି।

ଅଙ୍କିତଙ୍କ ବାପା ଫରିନାଙ୍କ ବାପାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଯେ, ଫରିନାଙ୍କ ବାପା ମୌଲବୀ ହୋଇଥିବାରୁ ସେ ଜବରଦସ୍ତ ପୁଅର ଧର୍ମ ପରିବର୍ତ୍ତନ କରାଇଛନ୍ତି। ପୁଲିସକୁ ଅଭିଯୋଗ କରିଛୁ ଏବଂ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛୁ।




Related Articles

Leave a Reply

Your email address will not be published. Required fields are marked *

Back to top button