ଓଡିଶା

ବିଷକ୍ରିୟାରୁ ଯୁବ ଡାକ୍ତରାଣୀ ଶୁଭଶ୍ରୀଙ୍କ ମୃତ୍ୟୁ

କେନ୍ଦୁଝର – ଯୋଡ଼ା ଯୁବ ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ମୃତ୍ୟୁ ବିଷକ୍ରିୟାରୁ ହୋଇଛି ବୋଲି ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିବା କହିଛନ୍ତି କେନ୍ଦୁଝର ସିଡିଏମଓ । ତେବେ ଅଧିକ ଯାଞ୍ଚ ପାଇଁ ପୋଲିସ ଜବତ କରିଥିବା ବିଷ ବୋତଲ ଓ ଶୁଭ୍ରଶ୍ରୀଙ୍କ ଭିସେରା ରିପୋର୍ଟକୁ ଭୁବନେଶ୍ୱରସ୍ଥିତ ଫରେନସିକ୍‌ ଲ୍ୟାବକୁ ପଠାଯିବ । ସପ୍ତାହେ ପରେ ଫରେନସିକ ରିପୋର୍ଟ ଆସିଲେ ଘଟଣା ଉପରୁ ଆହୁରି ପରଦା ଉଠିପାରିବ ବୋଲି ସିଡିଏମ୍‌ଓ କହିଛନ୍ତି । ଶୁଭଶ୍ରୀଙ୍କ ଶବ ବ୍ୟବଚ୍ଛେଦ କରିଥିବା ୨ ଜଣିଆ ଡାକ୍ତର ଆଜି ସନ୍ଧ୍ୟାରେ ସିଡିଏମ୍‌ଓଙ୍କୁ ଲିଖିତ ବ୍ୟବଚ୍ଛେଦ ରିପୋର୍ଟ ପ୍ରଦାନ କରିବେ ବୋଲି ଜଣାଯାଇଛି।

ଡିସେମ୍ବର ୩୧ ତାରିଖ ରାତିରେ ନିଜ ସହକର୍ମୀଙ୍କ ସହ ନାଚଗୀତ କରି ଜିରୋ ନାଇଟ ସେଲିବ୍ରେସନ କରିଥିବା ଶୁଭଶ୍ରୀଙ୍କ ମୃତଦେହ ନୂଆବର୍ଷ ଦିନ ନିଜ ସରକାରୀ ବାସଭବନରୁ ଉଦ୍ଧାର ହୋଇଥିଲା। ମୃତଦେହ ନିକଟର ଏକ ବିଷ ବୋତଲ ଜବତ ହୋଇଥିଲା। ତେବେ ଶୁଭଶ୍ରୀଙ୍କ ମୃତ୍ୟୁ ସେହି ବିଷ ବୋତଲ ଯୋଗୁ ହୋଇଛି ନା ଅନ୍ୟ କିଛି ବିଷକ୍ରିୟା ଯୋଗୁଁ ହୋଇଛି ତାହା ସ୍ପଷ୍ଟ କରିବା ପାଇଁ ସେହି ବୋତଲକୁ ଭୁବନେଶ୍ୱର ପଠାଯାଇଛି।

ପ୍ରେମିକଙ୍କ ଦ୍ୱାରା ଶୁଭଶ୍ରୀ ପ୍ରତାରିତ ହୋଇଥିବା ତାଙ୍କ ଏତଲାରୁ ସ୍ପଷ୍ଟ ହୋଇଛି। ମୃତ୍ୟୁର ୧୦ ଦିନ ପୂର୍ବରୁ ଅର୍ଥାତ ଗତ ୨୦ ତାରିଖରେ ଶୁଭଶ୍ରୀ ଯୋଡ଼ା ଥାନାରେ ଡାକ୍ତର ଦିବ୍ୟରଞ୍ଜନ ମାଝୀଙ୍କ ନାମରେ ଏତଲା ଦେଇଥିଲେ ।ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଡାକ୍ତର ଦିବ୍ୟରଞ୍ଜନ ମାଝୀ ପରେ ବିବାହ ପାଇଁ ମନା କରିଦେବାରୁ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ତ ହୋଇଥିଲେ ଡାକ୍ତର ଶୁଭଶ୍ରୀ କର ।

Related Articles

Leave a Reply

Your email address will not be published. Required fields are marked *

Back to top button