ଶିକ୍ଷା

+2 ପରୀକ୍ଷା ରେଜଲ୍ଟକୁ ନେଇ ଆସିଲା ବଡ଼ ଖବର ,ମେ ମାସ ଚତୁର୍ଥ ସପ୍ତାହରେ ପ୍ରକାଶ ପାଇବ ଫଳାଫଳ

ନମସ୍କାର ଦର୍ଶକବନ୍ଧୁ ରାଜ୍ୟରେ ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ ନେଇ ଜାରି ହେଲା ଆଉ ଏକ ନୂଆ ଅପଡେଟ କେଉଁ ତାରିକରେ ରେଜଲ୍ଟ ପ୍ରକାଶ ପାଇବ ଏହା ଛଡ଼ା କେଉଁ ୱେବସାଇଟ ଯୋଗେଁ ଆପଣମାନେ ସର୍ବ ପ୍ରଥମେ ରେଜଲ୍ଟ ପାଇପାରିବେ ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ CHSE ପକ୍ଷରୁ ଜାରି ହେଲା ଆଉ ଏକ ବଡ଼ ଘୋଷଣା | ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ CHSE ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ମେ ମାସ ଚତୁର୍ଥ ସପ୍ତାହରେ ପ୍ରକାଶ ପାଇବ

ତେବେ ଏପ୍ରିଲ 22 ତାରିକରେ ଖାତା ଦେଖା ଶେଷ ହୋଇଥିବା ବେଳେ ପରିଷଦ ପକ୍ଷରୁ ମୂଲ୍ୟାୟନ ମାର୍କକୁ ୱେବସାଇଟରେ ପ୍ରକାଶ ପାଇଁ ଏକ ଆଇଟି ଫାର୍ମକୁ ଦାୟିତ୍ୱ ଦିଆଯାଇଛି | ତେବେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ରେଜଲ୍ଟ ପ୍ରକାଶରେ ବିଳମ୍ବ ହୋଇଛି | ସୂଚନା ଯୋଗ୍ୟ ଚଳିତ ବର୍ଷ ମୋଟ ତିନି ଲକ୍ଷ ଛୟାଅସି ଦୁଇଶହ ପଚାଶ ଜଣ ପରୀକ୍ଷା ଦେଇଛନ୍ତି ତେବେ ଚଳିତ ବର୍ଷ ସମୁଦାୟ ସତେଇସି ଲକ୍ଷ ଖାତା ମୂଲ୍ୟାୟନ କରାଯାଇଛି |

ତେବେ ଗ୍ରୀଷ୍ମ ପ୍ରଵାହ ପାଇଁ ଖାତା ଦେଖାରେ ବିଳମ୍ବ ହୋଇଛି | ତେବେ ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଏପ୍ରିଲ 2 ରେ ସରିଥିବା ବେଳେ ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଖାତା ମୂଲ୍ୟାୟନ ପ୍ରକ୍ରିୟା ଏପ୍ରିଲ 20 ରେ ଶେଷ ହୋଇଛି | ଏହା ଛଡ଼ା CHSE ର ଜଣେ ବରିଷ୍ଠ ଅଧିକାରୀ କହିବା କଥା ଗ୍ରୀଷ୍ମ ପ୍ରବାହ ପାଇଁ ଖାତା ଦେଖାରେ ବିଳମ୍ବ ହୋଇଥିଲା ତେବେ ରେଜଲ୍ଟ ପ୍ରକାଶ ପାଇଁ ବିଭିନ୍ନ ପ୍ରକ୍ରିୟା ରହିଛି

ରେଜଲ୍ଟ ପ୍ରକାଶରେ ସାମାନ୍ୟ ବିଳମ୍ବ ହୋଇପାରେ | ତଥାପି ମେ ମାସ ଚତୁର୍ଥ ସପ୍ତାହ ବେଳକୁ ରେଜଲ୍ଟ ପ୍ରକାଶ ଲାଗି ଲକ୍ଷ ରଖାଯାଇଛି | ହେଲେ ଏହି ବର୍ଷ ଏକା ସାଙ୍ଗରେ କଳା ,ବିଜ୍ଞାନ ,ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ପ୍ରକାଶ ପାଇବ | ଏହା ଛଡ଼ା ଆପଣ ଯଦି ଭାବିଥିବେ କେଉଁ ୱେବସାଇଟ ଯୋଗେ ରେଜଲ୍ଟ ପାଇପାରିବେ ତାହାର ଲିଙ୍କ ଆମେ ଆପଣଙ୍କୁ ଦେଇଦେବୁ ଆପଣ ଚାହିଁଲେ ସର୍ବ ପ୍ରଥମେ ଦେଖିପାରିବେ |

Related Articles

Leave a Reply

Your email address will not be published. Required fields are marked *

Back to top button