ଓଡିଶା
ବେଆଇନ ବାଲି ଚାଲାଣ ଉପରେ ଚଢ଼ାଉ, ୨୨ଟି ବେଆଇନ ବାଲି ବୋଝେଇ ଟ୍ରକ ଜବତ

ସୋର : ବେଆଇନ ବାଲି ଚାଲାଣ ଉପରେ ଚଢ଼ାଉ । ୨୨ଟି ବେଆଇନ ବାଲି ବୋଝେଇ ଟ୍ରକ ଜବତ । ବାଲେଶ୍ବର ୧୬ ନମ୍ବର ଜାତୀୟ ରାଜପଥରେ ଗାଡି ଜବତ ହୋଇଛି । ବାଲି ଗାଡି ଗୁଡିକ ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ବିଳମ୍ବିତ ରାତିରେ ଚଢାଉ କରାଯାଇ ଗାଡ଼ିଗୁଡିକୁ ଜବତ କରାଯାଇଛି ।
ଜିଲ୍ଲାପାଳ ମୟୂର ସୂର୍ଯ୍ୟବଂଶୀଙ୍କ ନିର୍ଦ୍ଦେଶରେ ସୋର ଆଡିସନାଲ ତହସିଲଦାର ଓ ଖଣି ଅଧିକାରୀ ରାତି ୩ଟାରୁ ଚଢାଉ କରିଥିଲେ । ଗୋଡେଇ ଗୋଡେଇ ୨୨ଟି ବେଆଇନ ବାଲି ବୋଝେଇ ଗାଡି ଜବତ କରାଯାଇଛି । ଅନ୍ୟ ଗାଡି ଗୁଡିକୁ ଧରିବାକୁ ଚେଷ୍ଟା ଚାଲିଛି । ବୈତରଣୀ ନଦୀରୁ ବାଲି ଉଠାଇ ବାଲେଶ୍ବର ଓ ପଶ୍ଚିମବଙ୍ଗ ଯିବା ବେଳେ ସୋର ପୋଲିସ ସହାୟତାରେ ଚଢ଼ାଉ କରାଯାଇଥିଲା ।